‘ମୁଁ କେମିତି ହେଲି ବାଦଶାହା’! ଶାହାରୁଖ୍ କହିଲେ ନିଜ କ୍ୟାରିୟରର ରହସ୍ୟ

107

ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ୍ କରିଛନ୍ତି ଏକ ବଡ ଖୁଲାସା । କାହା ପାଇଁ ସେ ଆଜି ବଲିଉଡର ବାଦଶାହା ହୋଇଛନ୍ତି ସେ ନେଇ ମୁହଁ ଖୋଲିଛନ୍ତି । ଜାଣି ଆଶ୍ଚଯ୍ୟ ହେବେ ଏହି ସଫଳ ନାୟକଙ୍କ ପଛରେ ଅଛନ୍ତି ଜଣେ ବିଫଳ ଅଭିନେତା ।

armanଟେଲି ସୋ’ ‘ୟାରୋଁ କି ବାରାତ୍’ କରିଆରେ ନିଜ ସଫଳତାର ଶ୍ରେୟ ଅଭିନେତା ଅରମାନ୍ କୋହଲୀଙ୍କୁ ଦେବା ସହ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ଶାହାରୁଖ୍ । ତାଙ୍କ କହିବା ଅନୁଯାୟୀ , ସିନେମା ‘ଦିୱାନା’ ପାଇଁ ଅଭିନେତ୍ରୀ ଦିୱ୍ୟା ଭାରତୀଙ୍କ ବିପକ୍ଷରେ ପ୍ରଥମେ ଅରମାନଙ୍କୁ ନିଆଯାଇଥିଲା । ଆଉ ଏହାର ପୋଷ୍ଟର ପାଇଁ ଅରମାନ୍ ଫଟୋ ସୁଟ୍ ମଧ୍ୟ କରିସାରିଥିଲେ । ହେଲେ କୌଣସି କାରଣରୁ ଅରମାନ୍ ଏହି ସିନେମାକୁ ଛାଡି ଦେଇଥିଲେ । ତାପରେ ଶାହାରୁଖଙ୍କୁ ଏହି ରୋଲ୍ ମିଳିଥିଲା ।

୧୯୯୨ରେ ଆସିଥିବା ଏହି ସିନେମା ଶାହାରୁଖଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇଥିଲା । ଯଦିଓ ସିନେମାରେ ମୁଖ୍ୟ ଭୂମିକାରେ ଋିଷି କପୁର ଓ ଦିୱ୍ୟା ଭାରତୀ ଥିଲେ କିନ୍ତୁ ହିଟ୍ କେବଳ ଶାହାରୁଖଙ୍କ ଅଭିନୟ ପାଇଁ ହୋଇଥିଲା । ଏହି ସିନେମା ପରେ ଶାହାରୁଖ୍ ବନି ଯାଇଯାଇଥିଲେ ବାଦଶାହା ।

ଏହା ସହ ଶାହରୁଖ୍ ଆଉ ଏକ ଖୁଲାସା କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିବ । ତାଙ୍କର ଯେତେ ବି ସିନେମା ସୁପରହିଟ୍ ହୋଇଛି ସେଥିରୁ ଅଧିକାଂଶ ସିନେମାକୁ କୌଣସି ନା କୌଣସି ଅଭିନେତା କରିବାକୁ ମନା କରି ଦେଇଥାନ୍ତି । ଆଉ ତପେରେ ସେହି ଅଫର୍ ଶାହାରୁଖଙ୍କୁ ମିଳିଥାଏ । ସେହିପରି ଏକ ସିନେମା ହେଉଛି ‘କୁଛ୍ କୁଛ୍ ହୋତା ହୈ’ ।