ସଚିନ ବ୍ୟାଟରେ କରୁଥିଲେ କମାଲ, ହେଲେ ପୁଅ ଅର୍ଜୁନ କିନ୍ତୁ ବଲରେ ! ଜାଣନ୍ତୁ କାହିଁକି ସେ ଏବେ ଚର୍ଚ୍ଚାରେ

45

କ୍ରିକେଟର ଗଡ଼ କୁଯାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ପାଇଁ ଏବେ ଚିନ୍ତାରେ ଇଂଲଣ୍ଡ କ୍ରିକେଟ ଟିମ୍ । ବାପାଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଅର୍ଜୁନ । ୧୭ ବର୍ଷିୟ ଅର୍ଜୁୁନ ଏବେ କ୍ରିକେଟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ନିକଟରେ ଅର୍ଜୁନଙ୍କ ଖେଳର କୌଶଳ ଦେଖିବା ପାଇଁ ମିଳିଛି । ଲଡ଼ର୍ସରେ ଅଭ୍ୟାସ ମ୍ୟାଚ ସମୟରେ ବୁଧବାର ଦିନ ଅର୍ଜୁନଙ୍କ ୟର୍କର ଯୋଗୁଁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜନି ବିଏଷ୍ଟୋ ଆହତ ହୋଇଛନ୍ତି । ଅର୍ଜୁନଙ୍କ ୟର୍କରରେ ତାଙ୍କ ପାଦରେ ଆଘାତ ଲାଗିଥିଲା, ଫଳରେ ବିଏଷ୍ଟୋ ଅଭ୍ୟାସ ମ୍ୟାଚ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ସହ ହେବାକୁ ଥିବା ଆଗାମୀ ଟେଷ୍ଟ ମ୍ୟାଚ୍ ପୂର୍ବରୁ ବିଏଷ୍ଟୋଙ୍କ ଆଘାତ ଯୋଗୁଁ ଏବେ ମୁସ୍କିଲରେ ଇଂଲଣ୍ଡ ଟିମ୍ । ଇଂଲଣ୍ଡ ଟିମର ଏହି ଖେଳାଳିଙ୍କ ଆଘାତ ଯେପରି ଅଧିକ ନବଢ଼େ ସେତିପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ସୌଭାଗ୍ୟବଶତଃ ବିଏଷ୍ଟୋଙ୍କୁ ବେଶୀ କିଛି ଆଘାତ ଲାଗିନାହିଁ । ଏହା ପ୍ରଥମ ଥର ନୁହଁ ଯେଉଁଠି ଅର୍ଜୁନଙ୍କୁ ଇଂଲଣ୍ଡ ଟିମ ସହଂ ଅଭ୍ୟାସ କରୁଥିବାର ଦେଖିବାକୁ ମଳିଛି । ଲର୍ଡ଼ସ ପାଖରେ ତେନ୍ଦୁଲକରଙ୍କ ଏକ ଘର ଅଛ,ି ଯେଉଁଠକିି ଅର୍ଜୁନ ପ୍ରାୟ ସମୟରେ ଅଭ୍ୟାସ ଜାରି ରଖନ୍ତି । ସୂଚନା ଅନୁସାରେ ଗତବର୍ଷ ଅର୍ଜୁନ ଅଣ୍ଡର ୧୬ ଦଳର ଇଣ୍ଟର ଜୋନାଏ ଟୁର୍ଣ୍ଟାମେଣ୍ଟ ପାଇଁ ମନୋନୀତ ହୋଇଥିଲେ ।