ଟିମ ଇଣ୍ଡିଆ ପାଇଁ ଖେଳିବେ ସଚିନଙ୍କ ପୁଅ ଅର୍ଜୁନ ! ଶ୍ରୀଲଙ୍କା ଗସ୍ତ ପାଇଁ ଟିମରେ ସାମିଲ ହେଲେ ଏହି ଅଲରାଉଣ୍ଡର

32

କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଭାରତୀୟ ଟିମରେ ମିଳିଲା ସ୍ଥାନ । ବାପାଙ୍କ ଭଳି କ୍ରିକେଟର ହେବା ପାଇଁ ଛୋଟବେଳୁ ଲକ୍ଷ୍ୟ ରଖିଥିବା ଅଜୁର୍ନଙ୍କର ଭାରତୀୟ ଟିମରେ ଖେଳିବା ଆଶା ପୂରଣ ହେବାକୁ ଯାଉଛି । ବାପାଙ୍କ ଭଳି ସଫଳ ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ଅର୍ଜୁନଙ୍କର ଭାରତୀୟ ଟିମରେ ଯାତ୍ରା ଆରମ୍ଭ ହୋଇଛି । ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତୀୟ ଅଣ୍ଡର-୧୯ ଦଳରେ ସାମିଲ କରାଯାଇଛି ।

ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆ ୨ଟି ଚାରି ଦିବସୀୟ ଓ ୫ଟି ଦିନିକିଆ ମ୍ୟାଚ ଖେଳିବ । ୧୮ ବର୍ଷୀୟ ଅର୍ଜୁନଙ୍କୁ ଶ୍ରୀଲଙ୍କା ବିପକ୍ଷ ୪ ଦିବସୀୟ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ । କିନ୍ତୁ ତାଙ୍କୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ । ୪ ଦିବସୀୟ ଦଳର ନେତୃତ୍ୱ ଦିଲ୍ଲୀର ୱିକେଟକିପର ଅର୍ଜୁନ ରାୱତଙ୍କୁ ଦିଆଯାଇଛି । ସେହିଭଳି ଦିନିକିଆ ଟିମର ଅଧିନାୟକ ଭାବେ ଆର୍ଯ୍ୟନ ଜୁଏଲଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଅଲରାଉଣ୍ଡର ଭାବେ ଏହି ଟିମରେ ସାମିଲ କରାଯାଇଛି ।