ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଓଲିଉଡ ଅଭିନେତା ଅରିନ୍ଦମ । ଆକାଶଙ୍କ ସ୍ଥାନରେ ନୂଆ ରାଜନୈତିକ ଇନିଂସ ଆରମ୍ଭ କରିବା ନେଇ ଚର୍ଚ୍ଚା ?

366

କନକ ବ୍ୟୁରୋ : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଅଭିନେତା ଅରିନ୍ଦମ ରାୟ । ପ୍ରାୟ ୨ ବର୍ଷ ତଳେ ବିଜେଡିରେ ମିଶିଥିବା ଅରିନ୍ଦମ, ପଂଚାୟତ ନିର୍ବାଚନ ଓ ଉପନିର୍ବାଚନରେ ବିଜେଡି ପାଇର୍ ପ୍ରଚାର କରିଥିବା ବେଳେ ବର୍ତମାନ ଟିକେଟ ଆଶାୟୀ ଥିବା କୁହାଯାଉଛି । ଏମିତିକି ଅଭିନେତାରୁ ନେତା ବନିଥିବା ଆକାଶ ଦାସ ନାୟକଙ୍କ ନିର୍ବାଚନ ମଣ୍ଡଳୀ କୋରେଇରେ ଟିକେଟ ପାଇଁ ଅରିନ୍ଦମ ଦାବିଦାର ଥିବା ବି କୁହାଯାଉଛି ।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସ୍ରୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସିନେ ପରଦାର ହାଇଭୋଲଟେଜ ଚେହେରା ଅରିନ୍ଦମ ରାୟ । ଏହା ସହ ୨୦୧୯ ନିର୍ବାଚନରେ କୋରେଇ ଆସନରୁ ସେ ଲଢିବା ନେଇ ଚର୍ଚ୍ଚା ହେଉଛି । ବତର୍ମାନ କୋରେଇରୁ ଆକାଶ ଦାସ ନାୟକ ବିଜେଡି ବିଧାୟକ ଥିବା ବେଳେ ୨୦୧୯ରେ ଏହି ଆସନରୁ ଅରିନ୍ଦମ ଟିକେଟ ଆଶାୟୀ ଥିବା କୁହାଯାଉଛି । ଆଜି ଏନେଇ ସେ ବିଜେଡି ସୁପ୍ରିମୋଙ୍କୁ ଭେଟିଥିବା କୁହାଯାଉଥିବା ବେଳେ କୈାଣସି ପ୍ରତିକ୍ରିୟା ରଖି ନାହାଁନ୍ତି ଅରିନ୍ଦମ ।

ପୂର୍ବରୁ ପଂଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଅରିନ୍ଦମ । ଆଉ ବର୍ତମାନ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ସେ କୋରେଇ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜବୁତ କରୁଥିବା କୁହାଯାଉଛି । ସେପଟେ ୨୦୧୪ରେ ବିଜେଡିରେ ମିଶି ଅଭିନେତାରୁ ରାଜନେତା ବନି କୋରେଇ ବିଧାନସଭା ଆସନରୁ ଦଳୀୟ ଟିକେଟରେ ବିଜୟୀ ହୋଇଥିଲେ ଆକାଶ ଦାସ ନାୟକ । ଆଉ ଏଥର ବି କୋରେଇରୁ ନିର୍ବାଚନ ଲଢିବା ନେଇ ସେ ଆଶା ବାନ୍ଧିଛନ୍ତି ।

୨୦୧୪ରେ ବିଜେଡି ସିନେ ଚେହେରାଙ୍କୁ ବିଧାୟକ ଓ ସାଂସଦ ପ୍ରାର୍ଥୀ ଭାବେ ସୁଯୋଗ ଦେଇଥିବା ବେଳେ ବର୍ତମାନ ଏହି ରେସରେ ସାମିଲ ହୋଇଛନ୍ତି ଅରିନ୍ଦମ । ହେଲେ ପ୍ରଶ୍ନ ଉଠୁଛି ଯଦି ଅରିନ୍ଦମ କୋରେଇରୁ ନିର୍ବାଚନ ଲଢିବେ ତେବେ ଅଭିନେତାରୁ ନେତା ବନିଥିବା ଆକାଶ କେଉଁ ଭୂମିକାରେ ନଜର ଆସିବେ ।