ସରିଲା ରାଗରୁଷା : ସଲମାନଙ୍କ ‘ଟ୍ୟୁବଲାଇଟ’ରେ ଗୀତ ଗାଇବେ ଅରିଜିତ୍

43

ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ଓ ସିଙ୍ଗର୍ ଅରିଜିତଙ୍କ ମଧ୍ୟରେ ଥିବା ବିବାଦ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ଏହି ଦୁଇ ଜଣଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଦୁହିଁଙ୍କ ଭିତରେ ଥିବା ବିବାଦର ଶେଷରେ ଅନ୍ତ ହୋଇଛି । ଆଉ ସୁଲତାନରୁ ବାଦ ପଡିଥିବା ଅରିଜିତ୍ ସଲମାନଙ୍କ ଅପକମିଙ୍ଗ୍ ମୁଭି ‘ଟ୍ୟୁବଲାଇଟ’ରେ ଗୀତ ଗାଇବେ । ଏନେଇ ଅରିଜିତ୍ ନିଜେ ଏକ ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି । ଇଣ୍ଟରଭ୍ୟୁରେ ଅରିଜିତ୍ କହିଛନ୍ତି , “କିଏ କହିଲା ମୁଁ ଆଉ ସଲମାନଙ୍କ ପାଇଁ ଗୀତ ଗାଇବି ନାହିଁ । ମୁଁ ଆଜି ବି ସଲମାନଙ୍କ ବଡ ଫ୍ୟାନ୍ ।”

ସଲମାନ୍ ଓ ଅରିଜିତଙ୍କ ମଧ୍ୟରେ ବିବାଦ ବିଷୟରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ଅରିଜିତ୍ ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ କ୍ଷମା ମାଗିଥିଲେ । କେବେଳ ଏତିକି ନୁହେଁ ସୁଲତାନରେ ଅରିଜିତ୍ ଗାଇଥିବା ଏକ ଗୀତକୁ ମଧ୍ୟ ସଲମାନ୍ ଫିଲ୍ମରୁ ଆଉଟ କରି ଦେଇଥିଲେ । ଯାହାକୁ ପରେ ରାହତ୍ ଫତେ ଅଲ୍ଲୀ ଖାନଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା ।