କର୍ଣ୍ଣାଟକ ନାଟକ ! କୋର୍ଟ ରୁମରେ କେମିତି ଥିଲା ମାହୋଲ, କଣ ଯୁକ୍ତି ବାଢ଼ିଥିଲେ ଉଭୟ ପକ୍ଷ

44

କନକ ବ୍ୟୁରୋ : କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଆସନ୍ତାକାଲି ସନ୍ଧ୍ୟା ୪ଟାରେ ହେବ ଶକ୍ତି ପରୀକ୍ଷା । ଆସନ୍ତାକାଲି ବିଧାନସଭାରେ ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ କଂଗ୍ରେସ ଓ ଜେଡିଏସର ଆବେଦନ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ତିନି ଜଣିଆ ଖଣ୍ଡପୀଠ ।

ଆସନ୍ତାକାଲି ବିଧାନସଭାରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏହାସହ ଫ୍ଲୋର ଟେଷ୍ଟର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ୩ଜଣିଆ ଖଣ୍ଡପୀଠ । କିନ୍ତୁ କୋର୍ଟ ରୁମରେ କଣ ସବୁ ଘଟିଥିଲା । ଏବଂ ଉଭୟ ପକ୍ଷ ଓକିଲ କଣ ଯୁକ୍ତି ରଖିଥିଲେ ।

ବିଜେପି ପକ୍ଷରୁ ମାମଲା ଲଢ଼ୁଥିବା ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଥିଲେ, କର୍ଣ୍ଣାଟକ ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଦ୍ୱିତୀୟ ଓ ତୃତୀୟ ଦଳ ବେଶ ଦୂରରେ ଅଛନ୍ତି । କଂଗ୍ରେସ ଏବଂ ଜେଡିଏସର ମେଂଟ ଅନୈତିକ ବୋଲି କହିଥିଲେ ରୋହତଗୀ ।

ସେହିଭଳି କଂଗ୍ରେସ ପକ୍ଷରୁ ମାମଲା ଲଢ଼ୁଥିବା ଅଭିଷେକ ମନୁ ସିଂଘଭି କହିଛନ୍ତି ଯେତେବେଳେ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବରରେ ପହଞ୍ଚି ପାରୁନାହିଁ ସେଭଳି ସ୍ଥଳେ ରାଜ୍ୟପାଳ ବିଜେପି ଦଳକୁ କିପରି ଆମନ୍ତ୍ରଣ କଲେ ତାହା ବଡ଼ ପ୍ରଶ୍ନବାଚୀ । ତେଣୁ ବହୁମତ ଆଧାରରେ ସରକାର ଗଠନ ହେଉ ।

ଦୁଇ ପକ୍ଷ ଓଳିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ସିକ୍ରି କହିଥିଲେ ଯଦି ଦୁଇଟି ଦଳ ସରକାର ଗଠନ କରିବା ପାଇଁ ଦାବି କରୁଛନ୍ତି ତେବେ କେଉଁ ଆଧାରରେ ରାଜ୍ୟପାଳ ନିଷ୍ପତି ନେବେ । ଏହାପରେ ମୁକୁଲ ରୋହତଗୀ ତତକ୍ଷଣାତ ଉତ୍ତର ଦେଇଥିଲେ ରାଜ୍ୟପାଳ ନିଜ ବିବେକ ଆଧାରରେ ନିଷ୍ପତି ନେଇଛନ୍ତି । କିନ୍ତୁ ଏହି ଉତ୍ତର କଂଗ୍ରେସ ଓକିଲଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ତେଣୁ ସିଂଘଭୀ କହିଥିଲେ, ରାଜ୍ୟପାଳ କଣ ଏଭଳି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ପ୍ରଶ୍ନ ପଚାରିଥିଲେ ।

ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ସିକ୍ରି ଆସନ୍ତାକାଲି ବହୁମତ ପ୍ରମାଣ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ବିଜେପି ପକ୍ଷର ଓକିଲ । ବହୁମତ ସାବ୍ୟସ୍ତ କରିବାକୁ ଏକ ସପ୍ତାହ ଦିଆଯିବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଥିଲେ । କିନ୍ତୁ ବିଧାନସଭାରେ ତୁରନ୍ତ ଶକ୍ତି ପରୀକ୍ଷା କରାଯାଉ ବୋଲି କହିଥିଲେ କପିଲ ସିବଲ । ଏପରିକି କଂଗ୍ରେସ ଓ ଜେଡିଏସ୍ ନିକଟରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ବିଜେପିକୁ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ କିପରି ସୁଯୋଗ ଦେଇପାରନ୍ତି ବୋଲି ପ୍ରଶ୍ନ କରିଥିଲେ ସିଂଘଭି ।

yeddyurappaଏହା ଭିତରେ ବିଚାରପତି ସିକ୍ରି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦୁଇଟି ବିକଳ୍ପ ବାଛିଥିଲେ । ପ୍ରଥମ ୟେଦିୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ବିଚାର କରାଯାଉ । କିମ୍ବା ୨୪ଘଂଟା ମଧ୍ୟରେ ବିଜେପି ବହୁମତ ସାବ୍ୟସ୍ତ କରୁ । ଆପଣ ଆଇନକୁ ମାନନ୍ତୁ କିମ୍ବା ଆସନ୍ତାକାଲି ଶକ୍ତି ପରୀକ୍ଷା ଦିଅନ୍ତୁ । ଏଭଳି କହି ନିଜ ନିଷ୍ପତି ଶୁଣାଇଥିଲେ ବିଚାରପତି ।

ତେବେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ମୁକୁଲ ରୋହତଗୀ । ବହୁମତ ସାବ୍ୟସ୍ତ କରିବାକୁ ୧୫ଦିନ ସମୟ ଦିଆଯାଇଛି । ତେଣୁ ୧୫ଦିନ ଦେବା ଆବଶ୍ୟକ । ୨୪ଘଂଟା ବଂହୁତ କମ୍ ବୋଲି ସେ କହିଥିଲେ । କିନ୍ତୁ ବିଚାରପତି ତାଙ୍କ କଥାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାସହ କଂଗ୍ରେସ ବିଧାୟକଙ୍କୁ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଫ୍ଲୋର ଟେଷ୍ଟର ଭିଡିଓଗ୍ରାଫି କରାଯାଉ ବୋଲି ଦାବି କରିଥିଲେ ସିଂଘଭି । ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଶୁଣାଣି କରି ଆସନ୍ତାକାଲି ୪ଟାରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।