ସୀମା ଟପିଲା ବର୍ବରତା : ଦିଲ୍ଲୀରେ ବିଚ ରାସ୍ତାରେ ଡ୍ରାଇଭରକୁ ନିସ୍ତୁକ ପିଟିଲା ପୁଲିସ । ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ

165

କନକ ବ୍ୟୁରୋ : ଦିଲ୍ଲୀରେ ସୀମା ଟପିଛି ପୋଲିସର ବର୍ବରତା । ରାସ୍ତା ଉପରେ ପୋଲିସ କରିଛି ଜୁଲମ । ଏହି ଘଟଣା ଘଟିଛି ଦିଲ୍ଲୀର ମୁଖାର୍ଜୀ ନଗର ଅଂଚଳରେ । ରବିବାରଦିନ ଦିଲ୍ଲୀର ଗ୍ରାମୀଣ ବସ ସେବାର ଡ୍ରାଇଭର ସରବଜିତଙ୍କ ଗାଡି ସହ ପୋଲିସ ଗାଡିର ସାମାନ୍ୟ ଧକ୍କା ହୋଇଥିଲା । ଏହାକୁ ନେଇ ପୋଲିସ-ଡ୍ରାଇଭର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ଏହାକୁ ନେଇ ଦୁଇଟି ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି । ଗୋଟିଏ ଭିଡିଓରେ ଦିଲ୍ଲୀ ପୋଲିସର ଯବାନମାନେ ସରବଜିତଙ୍କୁ ବିଚ ରାସ୍ତାରେ ମାଡ ମାରୁଛନ୍ତି । ପ୍ରାୟ ଅଧଘଂଟା ଧରି ପୋଲିସ ସରବଜିତଙ୍କୁ ମାଡ ମାରୁଛନ୍ତି ।

ଅନ୍ୟ ଏକ ଭିଡିଓରେ ସରବଜିତ ରାସ୍ତାରେ ଖଣ୍ଡାଧରି ବୁଲୁଥିବା ଦେଖାଦେଇଛି । ଏହି ଭିଡିଓରେ ସେ ପୋଲିସକୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏହା ପରେ ପୋଲିସ ସରବଜିତକୁ ମାଡ ମାରିଛି । ସରବଜିତଙ୍କୁ ପୋଲିସର ମାଡ ଘଟଣା ଦିଲ୍ଲୀରେ ଚର୍ଚ୍ଚାର ବିଷୟ ହୋଇଛି । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଲୋକେ ସ୍ଥାନୀୟ ଥାନା ଘେରାଉ କରିଥିଲୋ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ ବିସ୍ତୁତ ରିପୋର୍ଟ ମାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସଂପୃକ୍ତ ପୋଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଥାନାରେ ମଧ୍ୟ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଘଟଣାରେ ଦିଲ୍ଲୀ ପୋଲିସ ୩ ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରିଛନ୍ତି ।