ପୁରୁଷ ହକି ବିଶ୍ୱକପ : କଳିଙ୍ଗରେ କମାଲ କଲା ଆର୍ଜେଣ୍ଟିନା, ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସ୍ପେନକୁ ୪-୩ରେ ଦେଲା ମାତ୍

188

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୩ୟ ମ୍ୟାଚରେ ଆର୍ଜେଣ୍ଟିନା ବାଜି ମାରି ନେଇଛି। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଛି। ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ ପ୍ରଥମ ଗୋଲ ଦେଇଥିବା ବେଳେ କିଛି ସମୟ ପରେ ଆର୍ଜେଣ୍ଟିନା ଏହାକୁ ସମାନ ସ୍ତରକୁ ଆଣିଥିଲା। ପ୍ରାୟ ୧୫ ହଜାର ଦର୍ଶକ ଉପସ୍ଥିତ ଥିବା କଳିଙ୍ଗ ହକି ଗ୍ରାଉଣ୍ଡରେ ସ୍ପେନ ତରଫରୁ ଜୋସେଫ ରୋମେୟୁ ଏକ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ। ଆର୍ଜେଣ୍ଟିନା ଏହାକୁ ପୁଣି ସମାନ ସ୍ତରକୁ ଆଣି ମ୍ୟାଚକୁ ୨-୨ରେ ପହଞ୍ଚାଇଥିଲା।


କ୍ୱାର୍ଟର ୩ରେ ଆର୍ଜେଣ୍ଟିନା ନିଜର ୩ୟ ଗୋଲ ସ୍ପେନ ବିରୋଧରେ ଦେଇଥିଲା। କିଛି ସମୟ ପରେ ସ୍ପେନ ଏକ ଗୋଲ ଦେଇ ସମାନ ସ୍ତରକୁ ଆଣିଥିଲା। ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଏକ ଗୋଲ ଦେଇ ମ୍ୟାଚକୁ ୪-୩ରେ ଜିତିଛି। ‘ପୁଲ-ଏ’ର ୨ୟ କାଉଣ୍ଟର ରାତି ୭ଟାରେ ଆରମ୍ଭ ହୋଇଛି। ଏହି ମ୍ୟାଚ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଉଛି ।