ନିମ୍ନ ରକ୍ତଚାପରେ ଆପଣ ପୀଡିତ କି ? ଜାଣନ୍ତୁ କିପରି ପାଇବେ ମୁକ୍ତି

122

ଆଜିକାଲି ବିଭିନ୍ନ ପ୍ରକାର ଚାପ ଯୋଗୁ ଲୋକମାନଙ୍କ ଠାରେ ନାନା ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତା ମଧ୍ୟରୁ ନିମ୍ନ ରକ୍ତଚାପ ଅନ୍ୟତମ । ଶରୀରରୁ ଜଳୀୟ ଅଂଶ କମହେଲେ , ହାର୍ଟସମସ୍ୟା,ନ୍ୟୁଟ୍ରିଏଂଟ କମିଲେ, ଲୁଣ କମ ଖାଇଲେ ମାନସିକ ଚାପ ବଢିଲେ ନିମ୍ନ ରକ୍ତଚାପ ଶରୀରରେ ଦେଖାଦେଇଥାଏ । ଏହା ଦ୍ୱାରା ରକ୍ତପ୍ରବାହରେ ପରିବର୍ତ୍ତନ ଦେଖାଦେଇଥାଏ ।

ତେବେ କିପରି ନିମ୍ନ ରକ୍ତଚାପକୁ ନିୟନ୍ତ୍ରିତ କରିବେ ଜାଣନ୍ତୁ :

-ତରଳଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ।

-ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।

-ଖରାଦିନେ ଓ ଦୁର୍ବଳ ଲାଗିଲେ ପାଣିି ପ୍ରଚୁର ପରିମାଣରେ ପିଅନ୍ତୁ ।

– ବିଶେଷଜ୍ଞଙ୍କ ପରାମର୍ଶ ବିନା ଅଧିକ ଯୋଗ କରନ୍ତୁ ନାହିଁ ।

– ଶରୀରରେ ରକ୍ତ ପ୍ରବାହ ଠିକ ହେବା ପାଇଁ ନିୟମିତ ଭାବେ ବ୍ୟାୟାମ କରନ୍ତୁ

– ଯଦି ଆପଣଙ୍କର ନିମ୍ନରକ୍ତଚାପ ଅଛି ଶୋଇକି ଉଠିବା ସମୟରେ ଓ ଠିଆ ହେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

– ରକ୍ତପ୍ରବାହ ବଢାଇବା ପାଇଁ ଠିଆ ହେବା ପୂର୍ବରୁ ନିଜ ପାଦକୁ ଓ ଗଣ୍ଠିକୁ ଭଲ ଭାବେ ଧରି ରଖନ୍ତୁ । ଭାରୀ ପଦାର୍ଥକୁ ଉଠାନ୍ତୁ ନାହିଁ ।

– ଲୁଣ ଟିକେ ଅଧିକ ଖାଆନ୍ତୁ ।

-ଗରମ ପାଣି ଠାରୁ ଦୂରେଇ ରହନ୍ତୁ, ଯଥା ହଟ ସାୱାର ଓ ହଟ ସ୍ପା ।

– ଭୋଜନ କରିବା ସମୟରେ ଅଧିକ ନଖାଇ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ

-କାର୍ବୋହାଇଡ୍ରେଟ କମ ଖାଆନ୍ତୁ ।

-ଖାଇବା ପରେ ବିଶ୍ରାମ ନିଅନ୍ତୁ ।