କିଏ ସବୁଠୁ ବୁଦ୍ଧିମାନ ! କୁକୁର ନା ବିଲେଇ , ଜାଣନ୍ତୁ ଏହି ତଥ୍ୟରୁ –

54

କୁକୁର ଏବଂ ବିଲେଇ ମଧ୍ୟରେ ଲଢେଇ ହେଉଥିବା ଭଳି ଅନେକ ହାସ୍ୟ ଭିଡିଓ ସୋସିଆଲ ମିଡିଆରେ ଆପଣ ଦେଖିଥିବେ । ଯେଉଁଥିରେ ବିଲେଇ କୁକୁରକୁ ଚାପୁଡା ମାରୁଥାଏ ତ କେଉଁଠି କୁକୁର ବିଲେଇକୁ ହଇରାଣ କରିଥାଏ । କିନ୍ତୁ ଅନେକ ସମୟରେ ମସ୍ତିଷ୍କରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ ଯେ ଦୁଇ ଜଣଙ୍କ ମଧ୍ୟରୁ ସବୁଠାରୁ ବେଶୀ ବୁଦ୍ଧିମାନ କିଏ ହୋଇଥାଇପାରେ । ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି । ଏକ ବିଶେଷ ଅଧ୍ୟୟନରୁ ଏହି ପ୍ରଶ୍ନର ଖୁଲାସା ସମ୍ଭବ ହୋଇପାରିଛି ।

କୁକୁର ସବୁଠାରୁ ବୁଦ୍ଧିମାନ –
ଆମେରିକାର ବେଣ୍ଡରବିଲ୍ଟ ୟୁନିଭର୍ସିଟି ମନୋବୈଜ୍ଞାନିକ ସୁଜନା ହରକୁଲାନୋ ଏହି ଅଧ୍ୟୟନ କରିଛନ୍ତି । କୁକୁର ବିଲେଇଙ୍କ ଠାରୁ ଅଧିକ ବୁଦ୍ଧିମାନ ବୋଲି ତାଙ୍କ ଅଧ୍ୟୟନରୁ ପ୍ରମାଣ ପାଇଛନ୍ତି । କୁକୁର ମଧ୍ୟରେ ୫୩୦ମିଲିୟନ ନ୍ୟୁରାନ୍ସ ଥିବା ବେଳେ ବିଲେଇଙ୍କ ମଧ୍ୟରେ ହାରାହାରି ୨୫୦ମିଲିୟନ ନ୍ୟୁରାନ୍ସ ରହିଥାଏ । ସେହିଭଳି ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ୧୬ମିଲିୟନ ନ୍ୟୁରାନ୍ସ ରହିଥାଏ । ବିଲେଇ ଏବଂ କୁକୁରଙ୍କ ବ୍ୟତୀତ ସିଂହ ଏବଂ ଭାଲୁଙ୍କ ସହ କିଛି ପସନ୍ଦିତା ପ୍ରଜାତିଙ୍କର ମଧ୍ୟ ଯାଂଚ କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ନ୍ୟୁରାନ୍ସରୁ ଜଣା ପଡିଥାଏ ଯେ ଭବିଷ୍ୟତରେ ତାଙ୍କ ମଧ୍ୟରେ କଣ କଣ ହେବାର ସମ୍ଭାବନା ଥାଏ ।

କୁକୁରଙ୍କ ମଧ୍ୟରେ ଅଧିକ ଶକ୍ତି –
ଅଧ୍ୟୟନ ମୁତାବକ ବିଲେଇଙ୍କ ତୁଳନାରେ କୁକୁର ମଧ୍ୟରେ ଅଧିକ ଶକ୍ତି ଥାଏ । ବିଲେଇ ମଧ୍ୟରେ ଅଧିକ ଫୁର୍ତ୍ତି ଥାଏ କିନ୍ତୁ କୁକୁରଙ୍କ ପାଖରେ ସବୁଠାରୁ ଅଧିକ ବୁଦ୍ଧି ଥାଏ । ପଶୁଙ୍କ ମଧ୍ୟରେ ନ୍ୟୁରାନ୍ସ ଅଧିକ ମହତ୍ୱପୂର୍ଣ୍ଣ ଅଟେ । ଖାସ୍ କରି ସେରେବ୍ରଲ କାର୍ଟେକ୍ସରେ, ଯେଉଁଥିରୁ ପଶୁଙ୍କ ଆନ୍ତରିକ ମାନସିକ ଅବସ୍ଥାକୁ ସୁଚାରୁ ରୂପେ ନିର୍ଦ୍ଧାରିତ କରି ହୁଏ ବୋଲି ସୁଜାନା ହରକୁଲାନୋ କହିଛନ୍ତି ।

(ସୌଜନ୍ୟ- ଏନଡିଟିଭି)