ଆଇପିଏଲରେ ବେଟିଂ କରୁଥିଲେ ସଲମାନଙ୍କ ଭାଇ ! କ୍ରାଇମବ୍ରାଞ୍ଚ ର ୫ ଘଣ୍ଟାର ଜେରା ପରେ ସତ ମାନିଲେ ଅରବାଜ

62

ଶେଷରେ ସତ ମାନିଲେ ବଲିଉଡ ଦବଙ୍ଗ ଖାନଙ୍କ ଭାଇ ଅରବାଜ ଖାନ । ୨୦୧୮ ଆଇପିଏଲ କିକ୍ରେଟ ମ୍ୟାଚରେ ବେଟିଂ କରିଥିବା ନେଇ ଦୋଷ ସ୍ୱୀକାର କରିଛନ୍ତି ଅରବାଜ । ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ଅରବାଜଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ ୫ଘଣ୍ଟାର ମାରାଥନ ଜେରା ପରେ ସୋନୁ ଜଲାନଙ୍କ ସମ୍ପର୍କକୁ ସ୍ୱୀକାର କରିଛନ୍ତି ଅରବାଜ୍ ଖାନ୍ । ଗତକାଲି ଥାନେ କ୍ରାଇମବ୍ରାଂଚ୍ କାର୍ଯ୍ୟାଳୟ ତରଫରୁ ଅରବାଜଙ୍କୁ ଆଇପିଏଲ ବେଟିଂ ମାମଲାରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । ତେବେ ଅରବାଜଙ୍କ ଦୋଷ ସ୍ୱୀକାର ପରେ ଅନ୍ୟାନ୍ୟ ଦିଗ ଉପରେ ପଚରା ଉଚରା କରୁଛି ପୋଲିସ ।

ଗତ ମେ ୨୭ ତାରିଖରେ ଶେଷ ହୋଇଥିବା ଆଇପିଏଲ-୨୦୧୮ରେ ବେଟିଂ କରିଥିବା ଅଭିଯୋଗରେ ବୁକି ସୋନୁ ଜଲାନ ଗିରଫ ହେବା ପରେ ଅନେକ ତଥ୍ୟ ପୁଲିସ ହାତରେ ଲାଗିଥିଲା । ସୋନୁ ଜଲାନକୁ ପଚରାଉଚରା ସମୟରେ ବଲିଉଡର ଅଭିନେତା ତଥା ନିର୍ଦ୍ଦେଶକ ଅରବାଜଙ୍କ ସହ ସୋନୁର ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ସୋନୁଙ୍କ ନିକଟରେ ଥିବା କିଛି ଫଟୋରେ ତାଙ୍କ ପାଖରେ ଅରବାଜ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏଠି ଆପଣଙ୍କୁ କହି ରଖୁଛୁ ସୋନୁ ହେଉଛି ଅଣ୍ଡର ୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀ । ସୋନୁ ସହିତ ଅରବାଜଙ୍କ ଫଟୋ ଦେଖିବର ପରେ ମୁମ୍ବାଇ ପୋଲିସ ତାଙ୍କୁ ପୁଲିସ ସମନ ଜାରି କରିଥିଲା ।

ମିଳିଥିବା ସୂଚନା ଅନୁସାରେ ବେଟିଂରେ ଅରବାଜ ଖାନ୍ ପ୍ରାୟ ୩କୋଟି ଟଙ୍କା ହାରିଛନ୍ତି ବୋଲି ପାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ପୋଲିସ । ତେବେ ଆଇପିଏଲ ସିଜନ ୧୧ର ଦୁଇଟି ମ୍ୟାଚରେ ବୁକି ଜରିଆରେ ସେ ଟଙ୍କା ଲଗାଇଥିବା ସନ୍ଦେହରେ ଥାନେ ଆଂଟି ଏକ୍ସଟେନସନ ସେଲ୍ ଅରବାଜ ଖାନଙ୍କୁ ସମନ କରିଥିଲା । ଶେଷରେ ୫ଘଣ୍ଟାର ମାରାଥନ ଜେରା ପରେ ସତ ମାନିଛନ୍ତି ଦବଙ୍ଗ ଖାନଙ୍କ ଭାଇ ।

ଅରବାଜଙ୍କୁ କ୍ରାଇମବ୍ରାଞ୍ଚ ଏମିତି କିଛି ପ୍ରଶ୍ନ  କରିଛି ?
୧. ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହୀମର ସହଯୋଗୀ ସୋନୁ ସହିତ କି ସମ୍ପର୍କ?
୨. ସୋନୁକୁ ପ୍ରଥମ ଥର କେଉଁଠି ସାକ୍ଷାତ କରିଥିଲେ ଅରବାଜ?
୩. କାହିଁକି ସୋନୁ ସହିତ ସାକ୍ଷାତ କରୁଥିଲେ ଏବଂ ସାକ୍ଷାତ କଲାବେଳେ ଆଉ କିଏ କିଏ ସାଥିରେ ଥିଲେ?
୪. କେବଳ ଅରବାଜ ନାଁ ବଲିଉଡର ଆଉ କାହାସହ ସୋନୁର ସମ୍ପର୍କ ରହିଛି?
୫. କ’ଣ ଅରବାଜଙ୍କୁ ଜଣାଥିଲା ଯେ ସୋନୁ କ୍ରିକେଟ ମ୍ୟାଚରେ ବେଟିଂ କରୁଥିଲା?
୬. ସୋନୁର ଅଣ୍ଡର ୱାର୍ଲ୍ଡ ଲିଙ୍କ ଅଛି ବୋଲି କ’ଣ ଅରବାଜ ଜାଣିଥିଲେ କି?
୭. ଅରବାଜ କେତେ ଥର ମ୍ୟାଚରେ ବେଟିଂ ଲଗେଇଛନ୍ତି?
୮. ୩କୋଟି ଟଙ୍କାର ଗୁମର କ’ଣ ଏବଂ ସୋନୁ କାହିଁକି ତୁମକୁ ବ୍ଲାକମେଲ କରୁଥିଲା?
୯. ସୋନୁ ପାଖରେ ଥିବା ଏକ ଭିଡିଓରେ ଅରବାଜ ଅଛନ୍ତି ସେ ଭିଡିଓ କେବେ ଓ କେଉଁଠାରେ ସୁଟ ହୋଇଛି?
୧୦. ତୁମ ସହିତ ଆଉ କିଏ କିଏ ସାମିଲ ଅଛନ୍ତି?
୧୧. କ’ଣ ସଲମାନ ଖାନ୍ ଏ ବାବଦରେ ଜାଣିଛନ୍ତି କି?
୧୨. ଆପଣ ବେଟିଂ ଲଗାନ୍ତି ବୋଲି ଆପଣଙ୍କ ପରିବାରରେ ଆଉ କିଏ କିଏ ଜାଣିଛନ୍ତି ?
୧୩. ଏ ପର୍ଯ୍ୟନ୍ତ ଆପଣ କେତେ ଟଙ୍କା ବେଟିଂ ଲଗେଇଛନ୍ତି?
୧୪. କ’ଣ ଆପଣଙ୍କ ଫିଲ୍ମରେ ଅଣ୍ଡରୱାର୍ଲ୍ଡର ଟଙ୍କା ବିନିଯୋଗ ହୋଇଛି?
୧୫. ଦବଙ୍ଗ ଓ ଦବଙ୍ଗ-୨ ଫିଲ୍ମ କାହା ପଇସାରେ ନିର୍ମିତ ହୋଇଥିଲା ?

ତେବେ ଏଭଳି କିଛି ପ୍ରଶ୍ନ ବାଣରେ ଅରବାଜଙ୍କ ମୁହଁରୁ ପ୍ରକୃତ ସତ୍ୟ କ’ଣ ବାହାର କରିବାକୁ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ପୋଲିସ । ୨୦୧୮ ବେଟିଂରେ ସୋନୁ ଜଲାନଙ୍କ ସହ ଅରବାଜଙ୍କ ସମ୍ପୃକ୍ତି ନେଇ ପୁରା ଖୋଳତାଡ କରୁଥିଲା । ପୋଲିସ ମୁମ୍ବାଇ ପୋଲିସ । ଅରବାଜଙ୍କ ନାଁ ନୂଆ ନୁହେଁ ପୂର୍ବରୁ ୨୦୧୩ ଆଇପିଏଲ ସ୍ପଟ ଫିକ୍ସିଂ ମାମଲାରେ ବଲିଉଡ ତାରକା ବିନ୍ଦୁ ଦାରା ସିଂକୁ ମୁମ୍ବାଇର ପୂର୍ବତନ ଦବଙ୍ଗ ପୋଲିସ ହିମାଂଶୁ ରଏ ଗିରଫ କରିଥିଲେ ।