କ୍ରାଇମବ୍ରାଂଚ୍ କାର୍ଯ୍ୟାଳୟରେ ହାଜର ହେଲେ ଅରବାଜ୍ ଖାନ୍ ! ଆଇପିଏଲ ବେଟିଂ ମାମଲାରେ ହେବ ପଚରାଉଚରା

25

କନକ ବ୍ୟୁରୋ : କ୍ରାଇବ୍ରାଂଚରେ ହାଜର ହେଲେ ଅରବାଜ୍ ଖାନ୍ । ଠାଣେ କ୍ରାଇମବ୍ରାଂଚ୍ କାର୍ଯ୍ୟାଳୟରେ ଆଜି ହାଜର ହୋଇଛନ୍ତି ବଲିଉଡ୍ ଅଭିନେତା ଅରବାଜ୍ ଖାନ୍ । ଆଇପିଏଲ ବେଟିଂ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ । ଏହି ମାମଲାରେ ଅରବାଜଙ୍କୁ ମୁମ୍ବାଇ ପୋଲିସ ସମନ୍ ଜାରି କରିଥିଲା । ନିକଟରେ ଶେଷ ହୋଇଥିବା ଆଇପିଏଲ-୨୦୧୮ରେ ବେଟିଂ କରିଥିବା ଅଭିଯୋଗରେ ବୁକି ସୋନୁ ଜଲାନ ଗିରଫ ହେବା ପରେ ଅନେକ ତଥ୍ୟ ପୁଲିସ ହାତରେ ଲାଗିଥିଲା ।

ସୋନୁ ଜଲାନକୁ ପଚରାଉଚରା ସମୟରେ ଅଭିନେତା ତଥା ନିର୍ଦ୍ଦେଶକ ଅରବାଜଙ୍କୁ ନାଁ ସାମ୍ନାକୁ ଆସିଛି । ସୋନୁଙ୍କ ନିକଟରେ ଥିବା କିଛି ଫଟୋରେ ତାଙ୍କ ପାଖରେ ଅରବାଜ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସୋନୁ ହେଉଛି ଅଣ୍ଡର ୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀ । ଏହା ପରେ ତାଙ୍କୁ ପୁଲିସ ସମନ ଜାରି କରିଥିଲା । ମିଳିଥିବା ସୂଚନା ଅନୁସାରେ ସଟ୍ଟାବାଜୀରେ ଅରବାଜ ଖାନ୍ ପ୍ରାୟ ୩କୋଟି ଟଙ୍କା ହାରିଛନ୍ତି । ଆଇପିଏଲ ସିଜନ ୧୧ର ଦୁଇଟି ମ୍ୟାଚରେ ବୁକି ଜରିଆରେ ସେ ଟଙ୍କା ଲଗାଇଥିବା ସନ୍ଦେହରେ ଥାଣେ ଆଂଟି ଏକ୍ସଟେନସନ ସେଲ୍ ଅରବାଜ ଖାନଙ୍କୁ ସମନ କରିଥିଲା ।