ସଲମାନ ଖାନ ଏବେ ତାଙ୍କର ଆଗାମୀ ସିନେମା “ଟ୍ୟୁବଲାଇଟ’ର ପ୍ରମୋସନରେ ବ୍ୟସ୍ତ । ଏହାସହ ସେ କ୍ୟାଟ୍ରିନା କୈଫଙ୍କ ସହ “ଟାଇଗର ଜିନ୍ଦା ହେ’ ସିନେମାର ସୁଟିଂ ମଧ୍ୟ କରୁଛନ୍ତି । ଏଥି ମଧ୍ୟରେ ସଲମାନ ଖାନ ଓ ଅରବାଜ ଖାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବରରୁ କଣାପଡିଛି ସଲମାନ ଖାନ ନିଜର ବଡଭାଇ ସଲମାନଙ୍କ ଉପରେ ବହୁତ ନାରାଜ ଅଛନ୍ତି ।

ଏହାର କାରଣ ସିନେମା ‘ଦବଙ୍ଗ ୩’ । ଦର୍ଶକ ଲମ୍ବା ସମୟରୁ ଚୁଲବୁଲ ପାଣ୍ଡେଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଆଗ୍ରହ ସହକାରେ ଚାହିଁ ବସିଛନ୍ତି । ଅରବାଜ ଏହି ସିନେମାର ନିର୍ଦ୍ଦେଶନା ଦେବା ପାଇଁ ଅନେକ ଦିନ ହେଲା ଅପେକ୍ଷାରେ ଅଛନ୍ତି । କିନ୍ତୁ ସଲମାନ ତାଙ୍କୁ ସମୟ ଦେଉ ନାହାନ୍ତି । ଏହି କାରଣରୁ ହିଁ ଅରବାଜ ସଲମାନଙ୍କ ଉପରେ ଖପ୍ପା ଅଛନ୍ତି । କିନ୍ତୁ ଏନେଇ ଉଭୟ ଭାଇ ସଲମାନ ଓ ଅରବାଜଙ୍କ ଡାରୁ କୌଣସି ବୟାନ ମଳି ପାରିନାହିଁ ।