ଓଡିଆ ପୁଅ ସତ୍ୟଜିତ୍ ଜେନାଙ୍କୁ ବିଗ୍ ବ୍ରେକ ! ୭ ଦିନିଆ ଟ୍ରେନିଂ ଦେବେ ମ୍ୟୁଜିକ୍ ବାଦଶାହ ଏ.ଆର ରେହମାନ

94

ଜିଟିଭର ରିଆଲିଟି ଶୋ ସାରେଗାମାପା ଲିଟଲ ଚାମ୍ପରେ ଭାଗ ନେଇ ଶହ ଶହ ଦର୍ଶକଙ୍କ ପ୍ରଂଶସା ସାଉଁଟିଥିବା ଓଡିଆ ପୁଅ ସତ୍ୟଜିତ ଜେନାଙ୍କୁ ମିଳିଛି ନୂଆ ଅଫର । ଓସ୍କାର ପୁରସ୍କାର ବିଜେତା ତଥା ପ୍ରସିଦ୍ଧା ସଙ୍ଗୀତକାର ଏ.ଆର.ରେହମାନଙ୍କ ପକ୍ଷରୁ ଆସିଛି ନୂଆ ସୁଯୋଗ । ସତ୍ୟଜିତଙ୍କ ପଫର୍ମାନସରେ ଖୁସି ପ୍ରକାଶ କରି ରେହେମାନେ ତାଙ୍କ ଷ୍ଟୁଡିଓରେ ସତ୍ୟଜିତଙ୍କୁ ୭ ଦିନିଆ ଇଂଟରନସିପର ଅଫର ଦେଇଛନ୍ତି ।

ଗତକାଲି ସାରେଗାମାପା ଲିଟଲ ଚାମ୍ପର ଏପିସୋଡରେ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ ହୋଇଥିଲେ ଏ.ଆର.ରେହମାନ । ଗତକାଲି ସତ୍ୟଜିତ ଶୋରେ ନବେ ଦଶକର ହିଟ ଫିଲ୍ମ ରୋଜାର ଏକ ଗୀତ ଗାଇଥିଲେ । ଆଉ ଏହି ଗୀତ ଗାଇ ସେ ରେହମାନଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ । ଏଥିପାଇଁ ସେ ବିଚାରକମଣ୍ଡଳୀରୁ ୯୯ ପ୍ରତିଶତ ଭୋଟ ପାଇଥିଲେ ।

ପରେ ରେହମାନଙ୍କ ସତ୍ୟଜିତଙ୍କୁ ସାବାସ ଦେଇ ତାଙ୍କ ଷ୍ଟୁଡିଓରେ ୭ଦିନ ପାଇଁ ଇନର୍ଟସିପର ଅଫର ଦେଇଥିଲେ । ଏହି ସମୟରେ ସେ ରେହମାନଙ୍କଠାରୁ ସଙ୍ଗୀତ ବାବଦରେ ତାଲିମ ନେବେ । ଏଥିପାଇଁ ସତ୍ୟଜିତ ରେହମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।