ହ୍ୱାଟସଆପ ଷ୍ଟାଟସରେ ଆପଣ ନିଜେ କରିପାରିବେ ଅର୍ଥ ଉପାର୍ଜନ ! ତେବେ ଜାଣନ୍ତୁ ପୂରା ପ୍ରକ୍ରିୟା

ଆଜାକାଲି ଫେସବୁକ ଓ ହ୍ୱାଟସଆପର ବହୁଳ ଭାବରେ ବ୍ୟବହାର ହେଉଛି

195

କନକ ବ୍ୟୁରୋ : ଆଜାକାଲି ଫେସବୁକ ଓ ହ୍ୱାଟସଆପର ବହୁଳ ଭାବରେ ବ୍ୟବହାର ହେଉଛି । ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଏବେ ସମସ୍ତେ ଏପରି ସୋସିଆଲ ମିଡିଆ ପଛରେ ବ୍ୟସ୍ତ । ୨୦୧୪ ମସିହାରେ ଫେସବୁକ ହ୍ୱାଟସଆପକୁ କିଣିଥିଲା । ଏହାପରେ କମ୍ପାନୀ ପକ୍ଷରୁ ଅନେକ ଗୁଡିଏ ଫିଚର ବଦଳ କରାଯାଇଥିଲା । ତେବେ କମ୍ପାନୀର ମୁଖପାତ୍ର କହିଥିଲେ କି ସାରା ବିଶ୍ୱରେ ଏହାର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ବର୍ତମାନ ସମୟ ଆସିଛି ଯେ, ଏହା ମଧ୍ୟରୁ ବି ଟଙ୍କା ନେଣଦେଣ କରିହେବ ବୋଲି । ଯଦି ଆପଣଙ୍କର ମନେ ଥିବ ଯେଉଁ ସମୟରେ ଏହା ଆରମ୍ଭ ହୋଇଥିଲା ସେବେଠାରୁ ଏହାକୁ ବ୍ୟବହାର କରିବ ପାଇଁ ପ୍ରତ୍ୟେକ ବର୍ଷ ୧ ଡଲାର ଚାର୍ଜ କରିବା ପାଇଁ ପଡୁଥିଲା ।

 

ଏହାପରେ ଏହା ଉପରୁ ସମସ୍ତ କଟକଣା ଉଠାଇ ଦିଆଯାଇଥିଲା । ତେବେ ସମସ୍ତ ବ୍ୟବହାରକାରୀ ଧ୍ୟାନର ସହ ଜାଣନ୍ତୁ ଯେ, ବର୍ତମାନ ସମୟରେ ହ୍ୱାଟସଆପରୁ ହିଁ ଅର୍ଥ ଉପାର୍ଜନ କରିପାରିବେ । କମ୍ପାନୀ ପକ୍ଷରୁ ଏପରି କରାଯିବାର ମୁଖ୍ୟକାରଣ ହେଉଛି ଯେ, ବର୍ତମାନ ସମୟରେ ଫେସବୁକ ଘାଟାରେ ଚାଲୁଛି । ତେଣୁ ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ମାଧ୍ୟମରେ କମ୍ପାନୀ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଇଚ୍ଛା କରୁଛି । ଏହି ସମୟରେ ଏହାର ସାରା ବିଶ୍ୱରେ ୧.୫ ବିଲିୟନ ଲୋକ ବ୍ୟବହାର କରିଥିବା ଜଣାପଡିଛି । ଆମେ ଯଦି ଭାରତ କଥା କହିବା ତେବେ ଭାରତରେ ୨୫୦ ମିଲିୟନ ଲୋକ ବ୍ୟବହାର କରୁଛନ୍ତି । ଏହାରି ମାଧ୍ୟମରେ କମ୍ପାନୀକୁ ରାଜସ୍ୱ ମଧ୍ୟ ମିଳିପାରିବ । ତେବେ ଆମେ ମାନେ ହ୍ୱାଟସଆପରେ ରଖୁଥିବା ଷ୍ଟାଟସରେ ମଧ୍ୟ ଆୟ କରିପାରିବା ବୋଲି ଜଣାପଡିଛି ।