ଘର ତିଆରି କରିବା ପାଇଁ ଋଣ ଦରକାର କି ? ଆପ୍ ଯୋଗାଇବ ଋଣ . . . .

226

ବର୍ତ୍ତମାନ ଚାଲିଛି ଇଂଟରନେଟ୍ ଯୁଗ । ବିନା ଇଂଟରନେଟ୍ ବ୍ୟବହାର କରି ଲୋକେ ଗୋଟିଏ ବି ଦିନ ବିତାଇ ପାରୁ ନାହାନ୍ତି । କାରଣ ଇଂଟରନେଟ୍ ସାହାଯ୍ୟରେ ଗୋଟିଏ କ୍ଲିକରେ ହିଁ ଆମେ ସବୁ କଥା ତଥା ଦେଶ ବିଦେଶର ଖବର ଜାଣିପାରୁଛୁ । ଜ୍ଞାନକୌଶଳ ସମୟରେ ବିନା କାଗଜପତ୍ରରେ ସବୁ କାମ ସମ୍ଭବ ହୋଇପାରୁଛି । ଆଜିକାଲିର ଯୁବପୀଢ଼ି ରେଲୱେ, ବସ ଟିକେଟ, ଫ୍ଲାଇଟ୍ ଟିକେଟ ଠାରୁ ଆରମ୍ଭ କରି ଆଧାର ଓ ପାନ କାର୍ଡ଼ ତିଆରି କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଅଧିକ ବ୍ୟବହାର କରୁଛନ୍ତି ।

ଋଣ ନେବା ପାଇଁ ମଧ୍ୟ ଆଜିକାଲି ପ୍ରାୟ ସରକାରୀ ଓ ବେସରକାରୀ ବ୍ୟାଙ୍କ୍ ନିଜ ଆପରେ ଜରୁରୀ  ସେବା ଉପଲବ୍ଧ କରୁଛନ୍ତି । ଯଦି ଆପଣ ଋଣ ନେବା ପାଇଁ ଏସବୁ ଭିନ୍ନ ବିକଳ୍ପ ଖୋଜୁଛନ୍ତି, ତେବେ ତୁରନ୍ତ ଋଣ ଦେଉଥିବା କିଛି ଆପ୍ ବ୍ୟବହାର କରିପାରିବେ । ଗୃହଋଣ, କାର, ବାଇକ ଋଣ ଓ ବ୍ୟକ୍ତିଗତ ଋଣ ପରି ସେବା ସହ ଆପର ବ୍ୟବହାର ଆଜିକାଲି ଟ୍ରେଣ୍ଡରେ ଅଛନ୍ତି । ଜରୁରୀ ଦସ୍ତାବିଜ ଅପଲୋଡ଼୍ କରିବା ପରେ ଆପଣଙ୍କ ବ୍ୟାଙ୍କ ଜମା ଆଧାରରେ ଆପ୍ ଆପଣଙ୍କ କ୍ରେଡ଼ିଟ୍ ସ୍କୋର ଯାଂଚ କରନ୍ତି । ଯଦି ଆପଣ ଯୋଗ୍ୟ ବିବେଚିିତ ହୁଅନ୍ତି, ତେବେ ଉଚିତ୍ ସମୟସୀମା ଭି୍ତରେ ଆପଣଙ୍କୁ ଋଣ ମିଳିପାରିବ । ତେବେ ଆସନ୍ତୁ ଜାଣିବା କିଛି ଏପରି ଆପ୍ ବିଷୟରେ . . .

PaySense –

ଏହି ଆପ୍ ଆପଣଙ୍କୁ ମେଡ଼ିକାଲା ଏମରେଜନି୍ସୁ ଠାରୁ ଆମମ୍ଭ କରି ସ୍ମାର୍ଟଫୋନ କିଣିବା ପାଇଁ ଋଣ ଉପଲବ୍ଧ କରାଏ । କିନ୍ତୁ ଏହି ଆପର ରହିଛି କିଛି ସ୍ୱତନ୍ତ୍ର ସର୍ତ୍ତାବଳୀ । ସର୍ତ୍ତ ଅନୁସାରେ ଆବେଦକ ଚାକରିଆ ହୋଇଥିବା ଜରୁରୀ । ଆବେଦକ ପ୍ରତିମାସରେ ୧୫,୦୦ ପ୍ରତିମାସ ଦରମା ପାଉଥିବା ଦରକାର । ଆବେଦକଙ୍କ ବୟସ ସୀମା ୨୧ ବର୍ଷ ରୁ ୬୦ ବର୍ଷ ମଧ୍ୟରେ ହେବା ଦରକାର । ଅନେକ ସର୍ତ୍ତ ସହ ଏହି ଆପ୍ ଆପଣଙ୍କୁ ୩ରୁ ୪ ସପ୍ତାହ ଭିତରେ ଋଣ ପ୍ରଦାନ କରେ । ପ୍ଲେଷ୍ଟୋରୁ ଡାଉନଲୋଡ଼୍ କଲା ପରେ ଏହାର ଅନେକ ସର୍ତ୍ତ ବିଷୟରେ ଆପଣ ଜାଣିପାରିବେ । ଗୁଗଲ ପ୍ଲେଷ୍ଟୋରୁ ଏହି ଆପର ରେଟିଂ ରହିଛି ୪ ପ୍ଲସ୍ ।

mPokket –

ଏହି ଆପକୁ ୧ ଲକ୍ଷ ୟୁଜର ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସ୍ମାର୍ଟଫୋନରେ ଇନଷ୍ଟୋଲ କରିସାରିଛନ୍ତି । ଗୁଗଲ ପ୍ଲେଷ୍ଟୋରେ ୪.୫ ରୁ ଅଧିକ ରେଟିଂଯୁକ୍ତ ଏହି ଆପ୍ ଲୋକଙ୍କୁ ଋଣ ପ୍ରଦାନ କରେ । ଖାସକରି ଏହି ଆପ୍ ଛାତ୍ରଛାତ୍ରୀଙ୍କୁ ପେଟିଏମ ସାହାଯ୍ୟରେ ଋଣ ରାଶିି ପ୍ରଦାନ କରେ ।

Upwards Quick Loan –

ଗୁଗଲ ପ୍ଲେଷ୍ଟୋରେ ଏହି ଆପକୁ ମିଳିଛି ୪ ରେଟିଂ । ଏହି ଆପରେ ୧୫,୦୦୦ରୁ ୫୦,୦୦ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ । କମ୍ପାନୀ ଦୁଇ ଚକିଆ ଗାଡ଼ି କିଣିବା ପାଇଁ, ଜରୁରୀକାଳୀନ ଡାକ୍ତରୀ ସେବା ପାଇଁ ଓ ଘର ତିଆରି ପାଇଁ ଋଣ ପ୍ରଦାନ କରେ ।

CASHe – Instant Personal Loans –

ଗୁଗୁଲ ପ୍ଲେଷ୍ଟୋରେ ୪ ପ୍ଲସ୍ ରେଟିଂ ଯୁକ୍ତ ଏହି ଆପ୍ ଆବେଦକଙ୍କୁ ୧୦ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରସାଦ କରେ । ନିୟମ ଓ ସର୍ତ୍ତ ମୁତବାକ ଆବଦେକ ଯୋଗ୍ୟ ବିବେଚିତ ହେଲେ ବିନା କାଗଜପତ୍ରରେ ଓ ସମୟ ନଷ୍ଟ ନକରି କିଛି ସମୟରେ ହିଁ ଋଣ ମିଳିଯାଏ । ଏହି ଆପକୁ ଏବେ ପର୍ଯ୍ୟନ୍ତ ୫ ଲକ୍ଷ ଲୋକ ବ୍ୟବହାର କରିସାରିଛନ୍ତି ।

ସୂଚନାଯୋଗ୍ୟ ଏଥିରୁ କୌଣସି ବି ଆପକୁ ଆମେ ବ୍ୟବହାର କରିନାହୁଁ । ଆମ ପ୍ଲେଷ୍ଟୋରେ ୟୁଜର ଦ୍ୱାରା ଦିଆଯାଇଥିବା ଫିଡ଼ବ୍ୟାକ ଆଧାରରେ ଏହି ସୂଚନା ପ୍ରସ୍ତୁତ କରିଛୁ ।