ବିଧାନସଭାରେ ଥମୁନି ଲୋକାୟୁକ୍ତ ତାତି ! ଆଜି ବି ବ୍ୟାନର, ପ୍ଲାକାର୍ଡ ଧରି ଗୃହରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା

27

କନକ ବ୍ୟୁରୋ : ବିଧାନସଭାରେ ଥମୁନି ଲୋକାୟୁକ୍ତ ତାତି । ଆଜି ବି ଲୋକାୟୁକ୍ତ ପ୍ରସଙ୍ଗରେ ଗୃହରେ ପ୍ରଶ୍ନକାଳ ଠପ୍ ହୋଇଯାଇଛି । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ବ୍ୟାନର ଓ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ । ଫଳରେ ଗୃହ ଚାଲିପାରିନାହିଁ । ଲୋକାୟୁକ୍ତ ବିଲର ସ୍ଥିତି କଣ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ । ବିରୋଧୀଙ୍କ ଏହି ଦାବୀ ଯୋଗୁଁ ମଙ୍ଗଳବାର ଗୃହ କାର୍ଯ୍ୟ ଅଚଳ ହୋଇପଡିଥିଲା ଗତକାଲି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ମାନେ ଗୃହର ମଧ୍ୟ ଭାଗରେ ବସି ନୀରବ ପ୍ରତିବାଦ କରିଥିଲେ ।

ଏପରିକି ବିରୋଧୀରଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ବିଧାନସଭା ଚଟାଣରେ ଧାରଣା ଦେବା ଦେଖାଯାଇଥିଲା ।  ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବୀ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ତେବେ ବିରୋଧୀଙ୍କ ହଟ୍ଟଗୋଳକୁ ଶସ୍ତା ରାଜନୀତି ଓ ଦାୟିତ୍ୱ ହିନତାର ପରିଚୟ ବୋଲି କହିଛନ୍ତି ବିଜେଡି ବିଧାୟକ ଦାମୋଦର ରାଉତ୍ ।