ତ୍ୱଚା ପାଇଁ ତେନ୍ତୁଳି ! ଜାଣନ୍ତୁ କିପରି କରିବେ ବ୍ୟବହାର ?

168

ତେନ୍ତୁଳି ଖାଇବା ପାଇଁ ଝିଅମାନେ ଅଧିକ ପସନ୍ଦ କରନ୍ତି । ଦକ୍ଷିଣ ଭାରତରେ ତେନ୍ତୁଳି ବହୁଳ ରୂପରେ ବ୍ୟବହାର ହୁଏ । ସାମ୍ବର, ଛୋଲେ, ଚଟଣୀ କିମ୍ବା କଡ଼ୀରେ ମୁଖ୍ୟ ରୂପେ ବ୍ୟବହାର କରାଯାଏ ତେନ୍ତୁଳି । ତେବେ ତେନ୍ତୁଳିରେ ଅଛି ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାର ସମାଧାନ । ବହୁତ କମ ଲୋକ ଜାଣିଥିବେ ତେନ୍ତୁଳି ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ । ତେନ୍ତୁଳିର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଦାଗ ଖୁବ ଶୀଘ୍ର ଦୂର ହୁଏ । କେଳବ ଏତିକି ନୁହେଁ ଆପଣ ଚାହିଁଲେ ଘରେ ବସି ବସି ତେନ୍ତୁଳିରେ ଟୋନର, ପେସ୍ ଫ୍ୟାକ୍, ସ୍କ୍ରବ୍ ଆଦି ତିଆରି କରିପାରିବେ । ତେନ୍ତୁଳିରେ ଭରପୁର ମାତ୍ରାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳେ ଯାହା ଚେହେରା ପାଇଁ ବହୁତ ଭଲ କାମ କରେ

ତେନ୍ତୁଳିର ଫେସ୍ ଫ୍ୟାକ କିପରି ତିଆରି କରିବେ –

ଗରମ ପାଣିରେ ତେନ୍ତୁଳିକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଚାମଚ ସାହାଯ୍ୟରେ ତେନ୍ତୁଳି ମଞ୍ଜିକୁ ବାହାର କରନ୍ତୁ । ଏବଂ ତା’ପରେ ସେଥିରେ ଚିମୁଟାଏ ହଳଦୀ ଗୁଣ୍ଡ ଦିଅନ୍ତୁ ଏବଂ ଭଲରେ ଗୋଳାଇ ଦିଅନ୍ତୁ । ଏହି ପ୍ୟାକକୁ ଚେହେରାରେ ଲଗାନ୍ତୁ । ପ୍ୟାକ୍ ଲଗାଇ ଚେହେରାରେ ଅଧାଘଂଟା ରହିବା ପାଇଁ ଦିଅନ୍ତୁ । ଅଧାଘଂଟା ପରେ ଚେହେରାକୁ ପାଣିରେ ସଫା କରନ୍ତୁ । ନିୟମିତି ଏପରି କିରବା ଦ୍ୱାରା ଫରକ ଆପଣ ଜାଣିପାରିବେ ।

କେବଳ ଏତିକି ନୁହଁ ଯେଉଁମାନେ ନିଜର ଓଜନ କମ କରିବା ପାଇଁ ଚାହୁଛନ୍ତି ତାଙ୍କ ପାଇଁ ତେନ୍ତୁଳି ବହୁତ ସୁଫଳ ପ୍ରଦାନ କରିଥାଏ । ତେନ୍ତୁଳିରେ ମହଜୁଦ ଗୁଣ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ତେନ୍ତୁଳି ଖାଇବା ଜରୁରୀ । ଯଦି ଶରୀରରେ ଯାଦୁ ସମସ୍ୟା ହୋଇଥାଏ ଏବଂ ବହୁଦିନ ଧରି ଠିକ ନହୁଏ ତେବେ ଆପଣ ତେନ୍ତୁଳି ମଞ୍ଜିକୁ ଲେମ୍ବୁ ରସରେ ଘସି ତାକୁ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ବହୁତ ଯଲଦି ଯାଦୁ ଠିକ ହୋଇଯିବ । ପାଗଳପଣଳୁ ଦୂର କରିବା ପାଇଁ ତେନ୍ତୁଳି ବହୁତ ହିତକର ସାବ୍ୟସ୍ତ ହୋଇଥାଏ ।