ପିଲାଙ୍କୁ ପଢାଇବାର ସଉକ ରଖୁଛନ୍ତି କି ? ତେବେ ଶିକ୍ଷକତା କରିବା ପାଇଁ ଆସିଯାଇଛି ବଡ ସୁଯୋଗ ! ୭୭୨୯ ସଂଖ୍ୟାରେ ଅଛି ପଦବୀ,ଏଭଳି କରନ୍ତୁ ଆବେଦନ

220

ଆନ୍ଧ୍ରପ୍ରଦେଶର ଡିପାର୍ଟମେଣ୍ଟ୍ ଅଫ୍ ସ୍କୁଲ ଏଜୁକେସନ୍ ତରଫରୁ ଶିକ୍ଷକତା କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ଜରିଆରେ ବାହାରି ଯାଇଛି ଭ୍ୟାକେନ୍ସୀ । ଯଦି ଆପଣ ବି ଏହି ଭର୍ତ୍ତିରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏହାର ଅଫିସିଆଲ୍ ୱେବସାଇଟ୍ cse.ap.gov.in ରେ ଯାଇ ଆବେଦନ କରନ୍ତୁ । ତେବେ ନିମ୍ନରେ ପଦବୀ ସମ୍ବନ୍ଧୀୟ ସୁଚନା ଦିଆଯାଇଛି ।

ଏଥିରେ ୪,୩୪୧ ଟି ପଦ ସରକାରୀ ଜିଲ୍ଲା ପରିଷଦ ଏବଂ ମଣ୍ଡଳ ପରିଷଦ ସ୍କୁଲରେ ଥିବା ବେଳେ ୧,୧୦୦ ଟି ପଦ ମ୍ୟୁନିସିପାଲଟି ସ୍କୁଲ ଏବଂ ୯୦୯ ମଣ୍ଡଳ ସ୍କୁଲରେ ହେବ । ୮୦୦ ଟି ପଦ ଟ୍ରାଇବାଲ୍ ୱେଲଫେୟାର୍ ସ୍କୁଲ ଏବଂ ୧୭୫ ଭ୍ୟାକେନ୍ସୀ ଆନ୍ଧ୍ରପ୍ରଦେଶ ରେସିଡେନ୍ସିିଆଲ୍ ଏଜୁକେସନ୍ ଶିକ୍ଷାନୁଷ୍ଠାନରେ ଖାଲି ରହିଛି ।

ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଦ୍ୱାଦଶ ପାସ୍ ହେବା ସହ ଏନଟିଟି କୋର୍ସ କରିବା ଆବଶ୍ୟକ ଅଟେ ।

ଅନ୍ତିମ ତାରିଖ : ୧୬ ନଭେମ୍ବର ୨୦୧୮ ।

କେବେ ହେବ ପରୀକ୍ଷା : ୧୯ ରୁ ୨୪ ନଭେମ୍ୱର ଭିତରେ ପ୍ରତିଯୋଗୀଙ୍କୁ ପରୀକ୍ଷା ବିବରଣୀ ବିଷୟରେ ସୂଚିତ କରାଯିବ । ପରୀକ୍ଷା ୬ ଡିସେମ୍ବରରୁ ୨ ଜାନୁଆରୀ ମଧ୍ୟରେ ହେବାକୁ ଯାଉଛି । ଅନଲାଇନ୍ ମାଧ୍ୟମରେ ପରୀକ୍ଷା ହେବ ଏବଂ ଦୁଇଟି ସେସନରେ ସଂପନ୍ନ ହେବ ।