ଆଖିରେ କଜ୍ୱଳ ଲଗାଉଛନ୍ତି କି ! ଧ୍ୟାନ ଦିଅନ୍ତୁ ଏହି ଦିଗ ଉପରେ

59

ଆଜିକାଲି ପ୍ରାୟ ସବୁ ଝିଅଙ୍କର ଆଖିରେ କଜ୍ୱଳ ଲଗାଇବା ପ୍ରଥମ ପସନ୍ଦ ହୋଇଯାଇଛି । ବିନା କଳାରେ ବାହାରକୁ ବାହାରୁଥିବା ମହିଳା ବା ଝିଅଙ୍କ ସଂଖ୍ୟା କହିବାକୁ ଗଲେ ନଗଣ୍ୟ । ତେବେ ଏହାକୁ ବ୍ୟବହାର କରିବା ବେଳେ କିଛି ସତର୍କତା ଅବଲମ୍ବନ କରିବା ଉଚିତ୍  । ନଚେତ୍ ଅକ୍ଳେଶରେ ନିଜ ଆଖିର କ୍ଷତି ଘଟାଇ ପାରନ୍ତି।

– କଳା ଳଗାଇଲା ବେଳେ ଧ୍ୟାନ ଦିଅନ୍ତୁ ତାହା ଯେପରି ଆପଣଙ୍କ ଆଖି ଭିତରକୁ ପଶି ନ ଯାଏ । ଆଖିରୁ ସାମାନ୍ୟ ଦୂରତ୍ୱ ରଖି ଲଗାଇଲେ ଭଲ ।

– ସିଧା ସଳଖ ଫେସଓ୍ଵାସ୍‌ କିମ୍ବା ସାଧା ପାଣିରେ କଳା ଛଡ଼ାନ୍ତୁ ନାହିଁ । ପ୍ରଥମେ ତୁଳା ଓ ଗୋଲାପ ଜଳ ସାହାଯ୍ୟରେ ଆଖିକୁ ପୋଛି ଦେବା ପରେ ମୁହଁ ଧୁଅନ୍ତୁ ।

– ଭଲ କମ୍ପାନୀର କଳା ବ୍ୟବହାର କରନ୍ତୁ । ଶସ୍ତା କଳା ବ୍ୟବହାର କରିବା ଅର୍ଥ ଜାଣି ଜାଣି ନିଜ ଆଖି ଖରାପ କରିବା ।

– ଦିନ ସାରା ଆଖିରେ କଳା ଲଗାଇ ରଖନ୍ତୁ ପଛେ ଶୋଇବା ପୂର୍ବରୁ ନିଶ୍ଚୟ ଛଡ଼ାଇ କରି ଶୁଅନ୍ତୁ ।