ପ୍ରତିମାସ ୪୦ ହଜାର ଭଡା ସାଙ୍ଗକୁ ମିଳିବ ଇଂଟରନେଟ୍ ସଂପୂର୍ଣ୍ଣ ରୂପେ ମାଗଣା, ନିଜର ଖାଲି ପଡିଥିବା ଜାଗା କିମ୍ବା ଘର ଛାତରେ ଲଗାନ୍ତୁ ଜିଓ ଟାୱାର…

198

ଯଦି ଆପଣଙ୍କ ପାଖରେ କୌଣସି ଖାଲି ପଡିଥିବା ତଥା ଫାଙ୍ଗା ପଡିଥିବା ଜାଗା ରହିଛି ଏବଂ ଆପଣ ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଉ ଏହି ଖୁସି ଆପଣଙ୍କୁ ଦେବ ଟେଲିକମ କଂପାନୀମାନେ । ଆଜ୍ଞା ହଁ ! ଜିଓ ଟାୱାର ଦ୍ୱାରା ଏକ୍ସଟ୍ରା ଇନକମ କରିବାର ଏକ ବହୁତ ଭଲ ବିକଳ୍ପ ଆପଣଙ୍କୁ ମିଳିପାରେ । ଆପଣ ମୋବାଇଲ ଟାୱାର ପାଇଁ କୌଣସି ବି ଟେଲିକମ କଂପାନୀ ସହ ସଂପର୍କ କରି ଏସଂପର୍କରେ ଆଲୋଚନା କରିପାରିବେ । କାରଣ ଟେଲିକମ କଂପାନୀମାନେ ନିଜର ନେଟୱର୍କ ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନା କରିବାକୁ ଚାହିଁଥାନ୍ତି ।

ଏଭଳି ପରିସ୍ଥିତିରେ ଆଗାମୀ ଦିନମାନଙ୍କରେ ଏକ ବହୁତ ଭଲ ସୁଯୋଗ ବି ଆସିପାରେ । କାହିଁକି ନା ଦେଶର ବଡ ଟେଲିକମ କଂପାନୀମାନେ ଖୁବ୍ ଶୀଘ୍ର ହିଁ ନିଜ ନିଜର ଇନଫ୍ରାଷ୍ଟ୍ରକଚରକୁ ଆହୁରୀ ମଜଭୁତ ଏବଂ କଲଟ୍ରପକୁ ରୋକିବା ପାଇଁ ପାଖାପାଖି ୭୪୪ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଯାଉଛନ୍ତି । ଯେଉଁଥିରେ ମୋବାଇଲ ଟାୱାର ବି ସାମିଲ ରହିଛି ।ଏହି କ୍ରମରେ ରିଲାଏନ୍ସ ଜିଓ ବି ନିଜ ନେଟୱର୍କକୁ ମଜଭୁତ କରିବା ସହ ଡାଟା ସ୍ପିଡ ବଢାଇବା ପାଇଁ ଆଗାମୀ ଆର୍ଥିକ ବର୍ଷ ସୁଦ୍ଧା ସାରା ଦେଶରେ ପାଖାପାଖି ୧ ଲକ୍ଷ ମୋବାଇଲ ଟାୱାର ଆହୁରୀ ସ୍ଥାପନା କରିବାକୁ ଯାଉଛି । ଏହା ପୂର୍ବରୁ ବି କଂପାନୀ ପ୍ରଥମ ପର୍ଯ୍ୟାୟରେ ଟାୱାର ନିର୍ମାଣ କରିସାରିଛି । ରିଲାଏନ୍ସ ଜିଓ ଗତ ବର୍ଷ ହିଁ ଏସଂପର୍କରେ ଘୋଷଣା କରିଥିଲା, ଯାହା ସଂପର୍କରେ ପୁଣି ଥରେ ଚଳିତ ବର୍ଷ ଟେଲିକମ ମିନିଷ୍ଟ୍ରିକୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ଜିଓ ୧ ଲକ୍ଷ ଟାୱାର ଲଗାଇବା ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ । ଏଭଳି ପରିସ୍ଥିତିରେ ଆପଣଙ୍କୁ ବି ରୋଜଗାର କରିବାର ଏକ ଭଲ ଅବସର ମିଳିବ ।

ତେବେ ଟେଲିକମ କଂପାନୀମାନେ ପ୍ରାଇଭେଟ କଂପାନୀମାନଙ୍କୁ ମୋବାଇଲ ଟାୱାର ଲଗାଇବାର କନଟ୍ରାକ୍ଟ ଦେଇଥାନ୍ତି । ଏଥିରେ ଇଣ୍ଡିଆନ ଟାୱାରର୍ସ, ଆମେରିକାନ ଟାୱାର କର୍ପୋରେସନ, ଭାରତୀ-ଇନଫ୍ରାଟେଲ, ଏଟିସି, ଭାୟୋମ, ଜିଟିଏଲ ଅଲଗା ଅଲଗା ଲୋକେସନ ଉପରେ ଟାୱାର ଲଗାଇବା କାମ କରନ୍ତି । ଆପଣଙ୍କୁ ଏହି ସବୁ କଂପାନୀମାନଙ୍କର ଆଧିକାରୀକ ୱେବସାଇଟକୁ ଯିବାକୁ ହେବ, ଯେଉଁଠାରେ ଏକ ଲିଙ୍କ ଆପଣଙ୍କୁ ମିଳିବ,ଯେଉଁଥିରେ ଆପଣ ଆପଣଙ୍କର ନାଁ ସହ ଘର ଠିକଣା ଏବଂ ଜମିର ସଂପୂର୍ଣ୍ଣ ତଥ୍ୟ ଦେବାକୁ ହେବ ।ଏଥିସହିତ ହିଁ ଆପଣଙ୍କୁ କହିବାକୁ ପଡିବ କି, ଆପଣଙ୍କ ପ୍ଲର୍ଟ ବା ଛାତ , ଓନରର୍ସିପ ଆପଣଙ୍କ ନାମରେ ରହିଛି କି ଜଏଂଟ, ଆପଣଙ୍କ ସଂପତି ରେଜିଣ୍ଡେସିଆଲ ନା କମର୍ସିଆଲ । ଏହାପରେ ନିଜ ରାଜ୍ୟ ଏବଂ ସହର ସଂପର୍କରେ ସୂଚନା ଦେବାକୁ ହେବ ।

ଆପଣ ଚାହିଁଲେ ଏସଂପର୍କରେ ସିଧା ସଳଖ ଭାବରେ ରିଲାଏନ୍ସ ଜିଓ ଟିମ୍ କିମ୍ବା ଅନ୍ୟ ଅପରେଟର୍ସଙ୍କୁ ମୋବାଇଲ ଟାୱାର ପାଇଁ ଯୋଗାଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଏବଂ ଜମିର ପୂରା ବିବରଣୀ ଦେବାକୁ ପଡିବ । ଏହାପରେ ଖୋଦ ମୋବାଇଲ ଅପରେଟର ଟିମ ନିଷ୍ପତି ନେବେ କି କେଉଁ ଲୋକେସନରେ ଟାୱାର ଲଗାଇବାକୁ ଆବଶ୍ୟକତା ରହିଛି । ଏହାପରେ ସେମାନେ ଜମି ଚିହ୍ନଟ କରିବେ । ଯଦି ଚିହ୍ନଟ କରାଯାଇଥିବା ଲୋକେସନରେ ଆପଣଙ୍କର ପ୍ରପୋର୍ଟି ରହିଛି ତେବେ ଆପଣ ଏହାର ବେନିଫିଟ୍ ନେଇପାରିବେ ।

ଯଦି ଆପଣଙ୍କ ନିକଟରେ ଛାତ ରହିଛି ତେବେ ଟାୱାର ଲଗାଇବା ପାଇଁ ଆପଣଙ୍କୁ ଅତି କମରେ ୫୦୦ ବର୍ଗ ଫିଟର ଜାଗା ଦେବାକୁ ପଡିବ । ସେହିପରି ଯଦି ଆପଣଙ୍କ ନିକଟରେ ପ୍ଲର୍ଟ ରହିଛି ତେବେ ଏଥିପାଇଁ ଆପଣଙ୍କୁ ଅତି କମରେ ୨ ହଜାର ବର୍ଗ ଫୁଟର ଜାଗା ଦେବାକୁ ହେବ । ଏହି ଡକ୍ୟୁମେଂଟ ବି ଜରୁରୀ କି, ଲ୍ୟାଣ୍ଡ ପେପରର ଏକ ଫଟୋ କପି, ଯେଉଁଠି ଟାୱାର ଲଗାଯିବ । ସେବିକ ବର୍ଡିରୁ ଏନଓସିର ପେପର । ଲ୍ୟାଣ୍ଡ ସର୍ଭେ ରିପୋର୍ଟ । ନିଜର ଆଇଡି ପ୍ରୁଫ । ମୋବାଇଲ ଟାୱାର ଲଗାଇବା ଦ୍ୱାରା ମୋବାଇଲ ଅପରେଟର କଂପାନୀମାନେ ଏକ ଫିକ୍ସ ରେଟ ଦେଇଥାନ୍ତି । ମନଥଲି ରେଟ୍ ସହରାଂଚଳରେ ପାଖାପାଖି ୩୫ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସେହିପରି ମେଟ୍ରୋ ସିଟିଗୁଡିକରେ ଭଲ ଲୋକେସନରେ ରେଟ୍ ଆହୁରୀ ଅଧିକ ହୋଇପାରେ ।

ସେହିପରି ଛୋଟ ଛୋଟ ସହରମାନଙ୍କରେ ସାମାନ୍ୟ କମ ମିଳିଥାଏ । ଟାୱାର ଲଗାଇବା ଦ୍ୱାରା ଆପଣଙ୍କୁ ଏକ ଇଂଟରନେଟ କନେକ୍ସନ ମଧ୍ୟ ମାଗଣାରେ ମିଳିବ । ଲୋକେସନ ହିସାବରେ ରେଟ ଅଲଗା ଅଲଗା ସ୍ଥିର କରାଯାଇଥାଏ , ଯାହା ସଂପର୍କରେ ସୂଚନା ଖୋଦ୍ କଂପାନୀ ସର୍ଭେ କରିସାରିବା ପରେ ଦେଇଥାଏ । ଯେଉଁଠାରେ ଟାୱାର ସ୍ଥାପନ କରାଯିବ ତାର ରେଟ୍ କଂପାନୀ ସ୍ଥିର କରିଥାଏ । ଯଦି ଆପଣଙ୍କ ଜମିରେ ମୋବାଇଲ ଟାୱାର ଲଗାଯାଉଛି ତେବେ ଏଥିପାଇଁ ଆପଣଙ୍କୁ ନିଜ ତରଫରୁ ଟଙ୍କାଟିଏ ବି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ । କାହିଁକି ନା ଏହା ସଂପୂର୍ଣ୍ଣ ଭାବରେ ମାଗଣା ଆଉ ଏହାର ପୂରା ଖର୍ଚ୍ଚ ମୋବାଇଲ ଟାୱାର ନିର୍ମାଣ କରୁଥିବା କଂପାନୀ ହିଁ ବହନ କରିବ ।