ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ପାଇଁ ମୋବାଇଲ ଆପର ସହାୟତା ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ : ଭୁବନେଶ୍ୱରସ୍ଥିତ ଏନଆଇସି ପକ୍ଷରୁ ବିକଶିତ ହେଲା ଆପ୍

52

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଅନେକ ବ୍ୟବସ୍ଥା ଲାଗୁ କରୁଛନ୍ତି । ସରକାରୀ ସ୍କୁଲରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ହେଉଛି ବୋଲି ବିଭିନ୍ନ ଅଭିଯୋଗ ହେଉଛି । ଶିକ୍ଷକ ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କିନ୍ତୁ ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଶିକ୍ଷା ଓ ଶିକ୍ଷକ ଯେପରି ବିପରୀତ ଦିଗକୁ ଯାଉଛନ୍ତି ସେପରି ପ୍ରତୀୟମାନ ରହୁଛି । ବର୍ତ୍ତମାନ ଶିକ୍ଷାକୁ ଡିଗ୍ରି ସହ ତୁଳନା କରାଯାଉଛି । ତେବେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରୁଛନ୍ତି । ତଥାପି ସେପରି କିଛି ଆଖିଦୃଶିଆ ଫଳ ଦେଖିବା ପାଇଁ ମିଳୁନାହିଁ ।

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ଲାଗି ମୋବାଇଲ ଆପର ସହାୟତା ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିପାଇଁ ସ୍କୁଲ ମନିଟରିଂ ଆପ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱରସ୍ଥିତ ଏନଆଇସି ପକ୍ଷରୁ ଏହାକୁ ବିକାଶ କରାଯାଇଛି । ଆସନ୍ତା ଜୁନ୍‌ ୧୮ ତାରିଖରେ ଏହା ବିଧିବଦ୍ଧ ଭାବେ ଉଦ୍‌ଘାଟନ ହେବ । ଏହି ଆପ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଉପଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଉପ ବ୍ଲକ ଶିକ୍ଷାଧିକାରୀ ଓ ସିଆରସିସିଙ୍କୁ ସାମିଲ କରାଯିବ । ସେମାନେ ସ୍କୁଲ ଗସ୍ତ ସଂପର୍କିତ ସମସ୍ତ ତଥ୍ୟ ଏହି ଆପ ମାଧ୍ୟମରେ ଅପଡେଟ୍‌ କରିପାରିବେ । ଏଥିପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଂ ସେଲ ପ୍ରତିଷ୍ଠା ହୋଇଛି । ଏଥିରେ ୫ଜଣ ସଦସ୍ୟ ରହିଛନ୍ତି ।