ଶିଶୁ ଚାଲାଣକୁ ରୋକିବାରେ ସହାୟକ ହେବ ଆଧୁନିକ ଟେକନୋଲୋଜି : ଝାରଖଣ୍ଡ ପୁଲିସ ଲଂଚ କଲା ନୂଆ ଆପ

78

ଝାରଖଣ୍ଡ ମାନବ ଚାଲାଣ ଏବଂ ଶିଶୁ ଚାଲାଣ ହେବା ମାମଲାରେ ଦେଶର ଅଗ୍ରଣୀ ରାଜ୍ୟ । ବିଶେଷ କରି ଝାରଖଣ୍ଡର ଆଦିବାସୀ ଶିଶୁଙ୍କୁ ଚାକିରୀ ନାଁରେ ନେଇଯିବା ଓ ବିକ୍ରି କରିବା କ୍ରମ ଜାରି ରହିଛି । ଝାରଖଣ୍ଡ ସରକାର କେତେ ଥର ଏମିତି ପିଲାଙ୍କୁ ଘରକୁ ଫେରାଇ ଆଣି ସ୍ୱରୋଜଗାର ସହିତ ଯୋଡିବାର କଥା କହିଛନ୍ତି । କିନ୍ତୁ ଏହି କାମ ଏବେ ବି ଅସମ୍ପୁର୍ଣ୍ଣ ଅଛି ।

ପିଲାଙ୍କ ଘର ଲେଉଟାଣି ଓ ସ୍ୱରୋଜଗାରର କାମ ଏଥିପାଇଁ ଅସମ୍ପୁର୍ଣ୍ଣ ଅଛି, କାହିଁକିନା ସରକାରଙ୍କୁ ଜଣା ନାହିଁ କି ଝାରଖଣ୍ଡର କେତେ ଶିଶୁ ଏପର୍ଯ୍ୟନ୍ତ ହଜିଯାଇଛନ୍ତି । କିନ୍ତୁ ଏବେ ଝାରଖଣ୍ଡ ସରକାର ପିଲାଙ୍କୁ ଖୋଜିବା ପାଇଁ ଆଧୁନିକ ଟେକନୋଲୋଜିର ପ୍ରୟୋଗ କରିବ । ଖବର ମୁତାବକ, ଝାରଖଣ୍ଡ ପୁଲିସ ଦ୍ୱାରା ଏକ ଆପ୍ଲିକେସନ ପ୍ରସ୍ତୁତ କରାଯାଉଛି । ଯାହା ପିଲାଙ୍କୁ ଖୋଜିବାରେ ସହାୟକ ହେବ । ଏହି ଆପ ଜରିଆରେ ଯେକୈାଣସି ବ୍ୟକ୍ତି ମାନବ ଚାଲାଣ ଓ ଏହାର ଶିକାର ହେଉଥିବା ପିଲାଙ୍କ ବିଷୟରେ ସୂଚନା ଦେଇପାରିବେ । ଏବଂ ପୁଲିସ ସୂଚନା ଆଧାରରେ ତୁରନ୍ତ କାମ କରିପାରିବ । ଏହି ଆପ୍ଲିକେସନକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଆପରେ ୧୦ରୁ ଅଧିକ ପ୍ରଶ୍ନ ଥିବ, ଯାହାକୁ ଭରି ଅପଲୋଡ କରାଯାଇପାରିବ । ତା’ପରେ ଏହି ସୂଚନା ଝାରଖଣ୍ଡ ପୁଲିସ ପାଖକୁ ଚାଲିଯିବ । ଏହି ସୂଚନା ଆଧାରରେ ପୁଲିସ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।