ଆସ୍ଥମା ଆଟାକ ପୂର୍ବରୁ ସତର୍କ କରିବ ଆପ୍ ! ପ୍ଲେଷ୍ଟୋରରୁ ଅତି ସହଜରେ କରିପାରିବେ ଡାଉନଲୋଡ଼୍

132

ଦିନକୁ ଦିନ ଉଦ୍ଭାବନ ହେଉଥିବା ନୂତନ ଜ୍ଞାନକୌଶଳ ଲୋକଙ୍କ ଜୀବନକୁ ସରଳ କରୁଛି । ହାତ ପାହାନ୍ତାରେ ମିଳିଯାଉଛି ସବୁ ସୁବିଧା ସୁଯୋଗ । ସପିଂ ହେଉ ଖାଇବା ହେଉ କିମ୍ବା ଦେଶ ବିଦେଶର ଖବର ଜାଣିବା ହେଉ ଗୋଟିଏ କ୍ଲିକରେ ହିଁ ସବୁ କାମ ହୋଇଯାଉଛି । ଆଉ ଆଜିକାଲି ବିଭିନ୍ନ ଆପ୍ ସାହାଯ୍ୟରେ ସହଜରେ ରୋଗ ମଧ୍ୟ ନିରୂପଣ ହୋଇପାରୁଛି । ଏବେ ଆସ୍ଥମା ରୋଗର ଚିହ୍ନଟ ପାଇଁ ଆସିଛି ନୂଆ ଆପ୍ । ଆଖି ପିଛୁଳାକେ ଆସ୍ଥମା ରୋଗର ଚିହ୍ନଟ କରିପାରିବ ଏହି ଆପ୍ । ଆସ୍ଥମା ଆଟାକ୍ ଆସିବା ପୂର୍ବରୁ ସଚେତନ କରିବ ଆପ୍ । ଗୁଗଲ ପ୍ଲେ ଷ୍ଟୋର ତଥା ଆପଲ୍ ପ୍ଲେ ଷ୍ଟୋରରେ ଏହି ଆପକୁ ଡାଉନଲୋଡ଼୍ କରିପାରିବେ ।

ଏହି ଆପର ନାମ ହେଲା ପିଏଆରଏସ୍ । ଖୁବ ସହଜରେ ଡାଉନଲୋଡ ହୋଇପାରିବ ଏହି ଆପ୍ । ଆପ୍ ଡାଉନଲୋଡ଼୍ କରିବା ପରେ ୬ଟି ପ୍ରଶ୍ନ ପଚାରିବ ଆପ୍ । ଆଉ ଆପଣଙ୍କୁ ହଁ କିମ୍ବା ନାଁ ରେ ଉତ୍ତର ଦେବାକୁ ପଡ଼ିବ । ଆପଣଙ୍କ ଉତ୍ତର ପରେ ଆପ୍ ଏକ ସ୍କୋର ବୋର୍ଡ଼ ତିଆରି କରିବ । ଏହି ସ୍କୋର ବୋର୍ଡ଼ରୁ ଆପଣ ଜାଣିପାରିବେ ଆପଣଙ୍କ ପାଖରେ ଆସ୍ଥମା ଅଛି ନା ନାହିଁ । ତେବେ ପ୍ରଶ୍ନ ଗୁଡ଼ିକ ପାରଣିପାଗ, ଏକଜିମା, ଓ ଶ୍ୱାସ ସମ୍ମନ୍ଧରେ ହିଁ ପଚରାଯିବ ।

10 aap
image courtesy-https://hindi.news18.com

ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧିୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜମା ହେଉଛି ଏକ ଶ୍ୱାସ ଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ ।

ସାରା ବିଶ୍ୱରେ ଆସ୍ଥମାର ଅନେକ ରୋଗୀ ଅଛନ୍ତି । ଅନୁମାନ ଅନୁସାରେ ବିଶ୍ୱରେ ପ୍ରତ୍ୟେକ ଦଶ ସେକେଣ୍ଡରେ ୫୪ ଲକ୍ଷ ରୋଗୀ ଆସ୍ଥମାର ଶିକାର ହୁଅନ୍ତି । ଆଉ ପ୍ରତ୍ୟକ ଦିନ ଆସ୍ଥମା ପାଇଁ ୩ ଜଣ ମୃତ୍ୟୁବରଣ କରନ୍ତି । ବ୍ରିଟେନରେ ପ୍ରତି ୧୨ ଜଣଙ୍କ ମଧ୍ୟରେ ଜଣେ ଆସ୍ଥମା ରୋଗରେ ପୀଡ଼ିତ । ଏହପରି ୧୧ ପିଲାଙ୍କ ମଧ୍ୟରେ ଜଣେ ପିଲା ଆସ୍ଥମା ପୀଡ଼ିତ । ବେଳ ଥାଉ ଥାଉ ରୋଗର ଚିକିତ୍ସା ନକଲେ ପରେ ଏହା ଭୟଙ୍କର ହୋଇଥାଏ ।