ଦିନେ କଲାମ ପଢୁଥିବା ସ୍କୁଲରେ ଆଜି ବିଜୁଳି ନାହିଁ ! ବିଲ ନଦେବାରୁ ବିଜୁଳି ଗୁଲ୍ ।

46

ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଏପିଜେ ଅବଦୁଲ କଲାମ ରାମେଶ୍ୱରମର ଯେଉଁ ସ୍କୁଲରେ ନିଜ ପାଠପଢା ଆରମ୍ଭ କରିଥିଲେ, ଏବେ ବିଦ୍ୟୁତ ବିଭାଗ ଉକ୍ତ ସ୍କୁଲକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି ।

ଦେଶର ଅନେକ ଲୋକପ୍ରିୟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ଡାକ୍ତର ଏପିଜେ ଅବଦୁଲ କାଲାମ ରାମେଶ୍ୱରମର ମଣ୍ଡପମ ପଞ୍ଚାୟତ ୟୁନିୟନ ମିଡିଲ ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । କିନ୍ତୁ ଆଜି ସେହି ସ୍କୁଲର ସ୍ଥିତି ଏପରି ହୋଇଛି ଯେ, ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ବିଦ୍ୟୁତ ଶୁଳ୍କ ପୈଠ କରିବାକୁ ଅର୍ଥରାଶି ନାହିଁ । ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗତ ଦୁଇ ବର୍ଷ ଧରି ବିଦ୍ୟୁତ ବିଲ ପୈଠ ନକରିବାରୁ ଏବେ ବିଦ୍ୟୁତ ବିଭାଗ ଉକ୍ତ ସ୍କୁଲର ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି ।

ସ୍କୁଲର ବିଦ୍ୟୁତ ସଂଯୋଗ ବନ୍ଦ ହେବା ପରେ ଗ୍ରାମୀଣ ଶିକ୍ଷା ସମିତି ବିଦ୍ୟୁତ ବିଲ ପୈଠ ନକରାଯିବାକୁ ନେଇ ନିଜ ସଫେଇ ଦେଇଛନ୍ତି । ଗ୍ରାମୀଣ ଶିକ୍ଷା ସମିତିର ଅଧ୍ୟକ୍ଷ କହିଛନ୍ତି ଯେ, ପୂର୍ବରୁ ଆମେ ବିଦ୍ୟୁତ ଶୁଳ୍କ ପୈଠ କରୁଥିଲୁ । କିନ୍ତୁ ପରେ ରାଜ୍ୟ ସରକାର ଏହାକୁ ନିଜ ଅଧିକାରକୁ ନେଇଥିଲେ । ଏବେ ମାତ୍ର ୧୦ହଜାର ଟଙ୍କାର ବିଦ୍ୟୁତ ଶୁଳ୍କ ବାକି ରହିଛି । ସେ ଆହୁରୀ କହିଛନ୍ତି ଯେ, ସେ ବିଦ୍ୟୁତ ବିଭାଗ ସହ ସମ୍ପର୍କ କରିଥିଲେ ଏବଂ ସେମାନେ ୫ଦିନ ପାଇଁ ବିଜୁଳି ଯୋଗାଇ ଦେବା ପାଇଁ ରାଜି ହୋଇଛନ୍ତି ।

ଆଜି ବିଦ୍ୟୁତ ଶୁଳ୍କ ପୈଠ ନକରିବାରୁ ବିଦ୍ୟୁତ ବିଭାଗ ଉକ୍ତ ସ୍କୁଲର ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି କିନ୍ତୁ ସେହି ସ୍କୁଲ ସହ ଅନେକ ଗର୍ବ ଓ ଗୌରବ ଯୋଡି ହୋଇରହିଛି । ଏପରିକି ଅଭିନୟରୁ ରାଜନୀତିରେ ପାଦ ଥାପିଥିବା ବିଶିଷ୍ଠ କଳାକାର କମଲ ହାସନ ଫେବୃଆରୀରେ ନିଜ ରାଜନୈତିକ ଦଳର ଘୋଷଣା କରିବା ପୂର୍ବରୁ ଏହି ସ୍କୁଲକୁ ଭ୍ରମଣ କରିବାକୁ ଚାହୁଁଥିଲେ । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ଅନୁମତି ନମିଳିବାରୁ କମଲ ହାସନଙ୍କୁ ଏହି ଭ୍ରମଣ ରଦ୍ଦ କରିବାକୁ ପଡିଥିଲା ।