ବସ୍ତି ବୁଲୁଛନ୍ତି ଅପରାଜିତା: ଶାନ୍ତିପଲ୍ଲୀ ବସ୍ତିରେ ଲୋକଙ୍କୁ ପଚାରି ବୁଝିଲେ ସୁବିଧା ଅସୁବିଧା,ପ୍ରତିଶ୍ରୃତି ଦେଇ କହିଲେ କିଛି ଏଭଳି କଥା

397

କନକ ବ୍ୟୁରୋ: ଓଡ଼ିଶା ଉପରେ ବେଶ୍ ଫୋକସ କରୁଛି ବିଜେପି । ଯେଉଁଥି ପାଇଁ ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା । ନିକଟରେ ୫ଟି ରାଜ୍ୟରେ ବିଜେପିର ଶୋଚନୀୟ ପରାଜୟ ପରେ ଏବେ ଫୋସକରେ ରହିଛି ଓଡିଶା । ଯେଉଁଥି ପାଇଁ ଲୋକମାନଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା । ତେବେ ନିକଟରେ ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡ଼ଙ୍ଗୀ ଏନେଇ ଭରପୂର ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି ।

ବିଜେପିରେ ଯୋଗ ଦେବା ପରେ ବସ୍ତି ବସ୍ତି ବୁଲୁଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ସହିଦନଗର ଅଧିନ ଶାନ୍ତିପଲ୍ଲୀ ବସ୍ତିରେ ଜନ ପରାମର୍ଶ ଯାତ୍ରା କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ଶାନ୍ତିପଲ୍ଲୀ ବସ୍ତିରେ ଲୋକଙ୍କ ଘରକୁ ଯିବା ସହ ସେମାନଙ୍କ ସୁବିଧା ଅସୁବିଧା ନେଇ ଅପରାଜିତା ପଚାରି ବୁଝିଛନ୍ତି । ପରେ ବସ୍ତିର ଲୋକଙ୍କୁ ସମ୍ବୋଧନ କରି ଅପରାଜିତା କହିଛନ୍ତି ଶାନ୍ତିପଲ୍ଲୀ ବସ୍ତିକୁ କୌଣସି ମତେ ସରକାର ଏଠାରୁ ଉଠାଇ ପାରିବେ ନାହିଁ ।

ବସ୍ତିରେ ରହୁଥିବା ଲୋକଙ୍କ ସମସ୍ୟା ପାଇଁ ସେମାନଙ୍କ ପାଖକୁ ଆସି ବୁଝିବା ଦରକାର ବୋଲି କହିଛନ୍ତି ଅପରାଜିତା । ପୂର୍ବରୁ ମଧ୍ୟ ଅନ୍ୟ ବସ୍ତି ବୁଲିଥିଲେ ଅପରାଜିତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ପଦ୍ମକୁ ଓଡ଼ିଶାରେ ଫୁଟାଇବା ପାଇଁ ମଙ୍ଗଧରିଥିବା ଅପରାଜିତା ଧିରେ ଧିରେ ଲୋକଙ୍କ ନିକଟତର ହେବାକୁ ଜନସମ୍ପର୍କରେ ଲାଗିପଡ଼ିଛନ୍ତି ।