ଏସଏଚଜି ଗ୍ରୁପ ପାଇଁ ସରକାରଙ୍କ ସହାୟତା ଘୋଷଣା ପରେ ଅପରାଜିତାଙ୍କ ସିରିଜ ଟୁଇଟ । ବିଭିନ୍ନ ତଥ୍ୟ ରଖି ମିଶନ ଶକ୍ତି ଯୋଜନାକୁ ନେଇ ଉଠାଇଲେ ପ୍ରଶ୍ନ

ରାଜ୍ୟରେ ୬ ଲକ୍ଷ ଏସଏଚଜି ଗ୍ରୁପକୁ ନେଇ ସନ୍ଦେହ ପ୍ରକାଶ

363

କନକ ବ୍ୟୁରୋ: ଏସଏଚଜି ଗ୍ରୁପ ପାଇଁ ସରକାରଙ୍କ ସହାୟତା ଘୋଷଣା ପରେ ଅପରାଜିତା ଷଡଙ୍ଗୀଙ୍କ ସିରିଜ ଟୁଇଟ । ବିଭିନ୍ନ ତଥ୍ୟ ରଖି ମିଶନ ଶକ୍ତି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ରାଜ୍ୟରେ ମୋଟ ୬ ଲକ୍ଷ ଏସଏଚଜି ଗ୍ରୁପ ରହିଥବା ସରକାର ଦାବି କରୁଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅପରାଜିତା ।

୨୦୧୩-୧୪ରେ  ୫ ଲକ୍ଷ ୨୩ ହଜାର ଏସଏଚଜି ଗ୍ରୁପ  ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଏବେ ୩ ଲକ୍ଷ ଅଧିକ ନୂଅ୍ରା ଗ୍ରୁପ ତିଆରି ହେଉଥିବା କହୁଛନ୍ତି । ତାହେଲେ ସମୁଦାୟ ୮ ଲଧ ୨୩ ହଜାର ଗ୍ରୁପ କଥା ।କିନ୍ତୁ ଏହା ୬ ଲକ୍ଷ ଗ୍ରୁପ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ବିଭାଗ ଗତ ବର୍ଷ ଅକ୍ଟୋବର ରେ ଏସଏଚଜି ଗ୍ରୁପ ଗୁଡିକୁ ସିଡ ମନି ପ୍ରଦାନ ପାଇଁ ଚିଠି କରିଥିବା ବେଳେ ଏହା ଚଳିତ ବର୍ଷ ଜାନୁଆରୀରେ ପ୍ରଦାନ କରାଯାଇଛି ।

ତେଣୁ ସିଡ ମନି ପ୍ରଦାନରେ ଏହି ବିଳମ୍ବ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ନାବାର୍ଡ ତଥ୍ୟରୁ ଜଣାପଡୁଛି ମାତ୍ର ୭୨ ହଜାର ଏସଏଚଜି ଗ୍ରୁପ ଗାଁ ସହିତ ସଂଯୁକ୍ତ ଅଛନ୍ତି । ଯଦି ରାଜ୍ୟରେ ୬ ଲକ୍ଷ ଗ୍ରୁପ ଅଛନ୍ତି ତାହେଲେ ଏମାନେ ବ୍ୟାଙ୍କ ସହିତ କାହିଁକି ସଂଯୁକ୍ତ ନୁହେଁ ବୋଲି ସେ ଟୁଇଟ ଯୋଗେ ପ୍ରଶ୍ନ କରିଛନ୍ତି ।