ନିଯୁକ୍ତି ଓ ଗରିବୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ! ଅପରାଜିତା ଷଡଙ୍ଗୀ କହିଲେ, ୧୮ ବର୍ଷ ଶାସନରେ ରାଜ୍ୟରେ କାହିଁକି କମିନି ଦାରିଦ୍ର ?

234

କନକ ବ୍ୟୁରୋ : ନିଯୁକ୍ତି ଓ ଗରିବୀ ନେଇ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତ୍ରୀ ଅପରାଜିତ ଷଡଙ୍ଗୀ । ସେ ପ୍ରଶ୍ନ କରିଛନ୍ତି, ୧୮ ବର୍ଷ ପରେ ବି  ରାଜ୍ୟରେ ଦାରିଦ୍ର‌୍ୟ କାହିଁକି କମିନି ।  ମୁଣ୍ଡପିଛା ଆୟ ନେଇ ବି ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,  ୧୮ ବର୍ଷ ତଳେ ମୁଣ୍ଡପିଛା ଆୟ ଅନୁସାରେ ତଲଆଡୁ  ୫ଟି ରାଜ୍ୟ ଭିତରେ ଥିଲା । ଏବେ ଏଥିରେ ରାଜ୍ୟ ତଳଆଡୁ ୧୦ଟି ରାଜ୍ୟ ଭିତରେ ରହିଛି । ରାଜ୍ୟରେ ମନରେଗା  ବି ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ ତୁଳନାରେ  ରାଜ୍ୟକୁ କମ ଟଙ୍କା ଆସୁଛି । ମାନୁଫାକଚରିଂ ସେକ୍ଟରରେ ବି ରାଜ୍ୟର ଅବଦାନ କମିଯାଇଛି ।

ଅପରାଜିତା ଷଡଙ୍ଗୀ କହିଛନ୍ତି କୃଷି, ଚାକିରି ଓ ଉଦ୍ୟୋଗୀକରଣ ଉପରେ ଧ୍ୟାନ ଦେଲେ ହିଁ ରାଜ୍ୟର ଉନ୍ନତି ହୋଇପାରିବ । କିନ୍ତୁ ରାଜ୍ୟ ସରକାର ଏହି ବିଭାଗ ଉପରେ ସ୍ଥାୟୀ ଦୃଷ୍ଟି ଦେଇପାରୁନାହାନ୍ତି । ମେକ୍ ଇନ୍ ଓଡ଼ିଶାରେ ୩ ଥର ହୋଇଛି । କେବଳ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି ସତ ଆଜିଯାଏ ଚାକିରି କିନ୍ତୁ ମିଳିପାରନି ।