ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ନିର୍ବାଚନୀ ବୟାନ! କହିଲେ, ଯେଉଁଠୁ ଦଳ ଚାହିଁବ ସେଇଠୁ ଲଢିବେ ନିର୍ବାଚନ

452

କନକ ବ୍ୟୁରୋ : ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ନିର୍ବାଚନୀ ବୟାନ । କହିଲେ, ମୁଁ ଦଳର ଅନୁଶାସନରେ ବନ୍ଧା । ଦଳ ଯେଉଁଠୁ ଚାହିଁବ ସେଇଠୁ ନିର୍ବାଚନ ଲଢିବି । ମୁଁ ଜଣେ ଅନୁଶାସିତ ସଭ୍ୟ, ଅନୁଶାସିତ କର୍ମୀ ଯାହା ନିର୍ଦ୍ଦେଶ ଆସିବ କରିବି ବୋଲି କହିଛନ୍ତି ଅପରାଜିତା । ଦଳର ନିଷ୍ପତ୍ତି ଶିରୋଧାର୍ଯ୍ୟ । ଦଳ ଯେଉଁ ନିର୍ଦ୍ଦେଶ ଦେବ ଜଣେ ସାମାନ୍ୟ କର୍ମୀ ହିସାବରେ ପାଳନ କରିବି ।

ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ୩ ମାସ ପୂରଣ ହୋଇଛି । ଏହି ୩ ମାସ ଭିତରେ ୮୨ ଟା ଗାଁ ବୁଲିବା ସହ ଭୁବନେଶ୍ୱର ମହାନଗର ନିଗମ, ଜଟଣୀ ଓ ଖୋର୍ଦ୍ଧାର ୬୦ ୱାର୍ଡ଼ ବୁଲିଛି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚେଷ୍ଟା କରିଛି । ଭାରତୀୟ ଜନତା ପାର୍ଟର ଅନ୍ୟ ସଦସ୍ୟଙ୍କ ସହ ମିଶି ଲୋକଙ୍କ ପାଖରେ ବିନମ୍ରତାର ସହ ପହଞ୍ଚୁଛୁ । ଆଉ ଏଇଟା ହିଁ ଆମର ନିର୍ବାଚନୀ ରଣନୀତି । ଚାରିଆଡ଼ୁ ଭାରତୀୟ ଜନତା ପାର୍ଟି ପ୍ରତି ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଲୋକେ ଉତ୍ସାହିତ ହେବାଳ ସହ ଦଳର କର୍ମୀ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ।

ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ଏବେ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଗାମୀ ଦିନରେ ରାଜ୍ୟରେ କିପରି ଭାବରେ ଦଳ ଭଲ ପ୍ରଦର୍ଶନ କରିବ ସେନେଇ ଦଳ ଋଣନୀତି ପ୍ରସ୍ତୁତ କରୁଛି । ତେବେ ଲୋକଙ୍କ ସହ ମିଶିବା ଓ ତାଙ୍କର ସୁବିଧା ଅସୁବିଧା ବୁଝିବା ହିଁ ଆମର ନିର୍ବାଚନୀ ରଣନୀତି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସୂଚନାଯୋଗ୍ୟ ୩ ମାସ ତଳେ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏପରି ନିଷ୍ପତ୍ତି ନେଇଥିଲେ ପୂର୍ବତନ ପ୍ରଶାସନିକା ଅଧିକାରୀ । ରାଜ୍ୟ ବିଜେପିରେ ଅପରାଜିତା ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।