ହାତ ଛାଡିଲେ, ପଦ୍ମ ଧରିବେ ! କଂଗ୍ରେସ ଛାଡିଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି ।

38

କନକ ବ୍ୟୁରୋ : କଂଗ୍ରେସ ଛାଡିଲେ ଅପରାଜିତା । ଓଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଅପରାଜିତା ମହାନ୍ତି ହାତ ଦଳ ଛାଡିଛନ୍ତି । ହାତ ଦଳ ଛାଡିବା ପରେ ପଦ୍ମ ପୋଖରୀକୁ ଡେଇଁବେ ବୋଲି ସୂଚନା ମିଳିଛି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ କଟକ ଲୋକସଭା ଆସନରୁ ଲଢିଥିଲେ ଅପରାଜିତା । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅଥାର୍ତ ଫେବୃଆରୀ ୨୧ରେ କଂଗ୍ରେସର ହାତ ଧରିଥିଲେ ଅପରାଜିତା । ଦଳରେ ମିଶିବା ସହ ନିର୍ବାଚନ ଲଢିବା ପାଇଁ ଟିକଟ ହାତେଇଥିଲେ ଅପରାଜିତା । କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ତେବେ ସେ ଦଳରୁ ବାହାରିବା ପରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି ।

ସାଧାରଣ ନିର୍ବାଚନରେ ପରାଜୟ ପରେ ଅପରାଜିତାଙ୍କୁ କଂଗ୍ରେସର ଅନ୍ୟ କୌଣସି କାର୍ଯ୍ୟକ୍ରମରେ ପ୍ରାୟତଃ ଦେଖିବାକୁ ମିଳିନଥିଲା । ଏହାପରେ ଏକପ୍ରକାର ରାଜନୀତିର ମୈଦାନରୁ ଦୁରେଇ ରହିଥିଲେ ଏହି ଲୋକପ୍ରିୟ ନାୟିକା । ଏବେ ଓଲିଉଡ ଫିଲ୍ମଷ୍ଟାର ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଡେଉଁଥିବା ବେଳେ ଅପରାଜିତା ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି । ତେବେ କଂଗ୍ରେସ ଛାଡିବା ଅପରାଜିତା କେଉଁ ଦଳରେ ଯୋଗଦେବେ ତାହା ଏଯାଏଁ ଜଣାପଡିନଥିଲେ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।