ପ୍ରଚଣ୍ଡ ଇଚ୍ଛା ଶକ୍ତି ହିଁ ଦିଏ ନୂଆ ପରିଚୟ : ଏହା କରିଦେଖେଇଛନ୍ତି କନକ ଲତା ଓ ରେଣୁକା ସିଂ

109

ନାରୀ । ଝିଅ ହେଉ କି ମା ହେଉ, କି ଭଉଣୀ ହେଉ । କେବେ ସେ ନିଜ କଥା ଚିନ୍ତା କରିନଥାଏ । ଅନ୍ୟ ମାନଙ୍କ କଥା ଚିନ୍ତା କରୁ କରୁ ତାର ସବୁତକ ସମୟ ସରିଯାଏ । ହେଲେ ସେଥିରେ ତାର ହତାଶ ନଥାଏ, ଦୁଃଖ ନଥାଏ କି ଅଭିଯୋଗ ନଥାଏ । ସେ ତାର ତ୍ୟାଗର ପୃଥିବୀକୁ ଆଗକୁ ବଢାଏ । ହାରି ଯାଏନି କି ଥକି ବି ଯାଏନି । କାରଣ ସେ ଅପରାଜିତା ।

ଏହିଭଳି ଜଣେ ଅପରାଜିତା କନକ ଲତା । ଘର କଟକ ଜିଲ୍ଲାର କୁଳଶ୍ରୀ ଗାଁରେ । ନାରୀଟିଏ କେମିତି ସ୍ୱାବଲମ୍ବି ହେବ । ଅନ୍ୟ ଉପରେ ନିର୍ଭର କରିବ ନାହିଁ । ସେଥିପାଇଁ କନକ ଲତା ଚେଷ୍ଟା କରିଚାଲିଛନ୍ତି । କୁହାଯାଏ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । ଏକଥା ମର୍ମେ ମର୍ମେ ବୁଝିଛନ୍ତି କନକ ଲତା । ସଂସାରର ସବୁ କଷଣ ସହି ସେ ଚାଲିଛନ୍ତି ଆଗକୁ । ସମାଜରେ ମହିଳାମାନଙ୍କ ସୁଖ ସୁବିଧା ପାଇଁ ଚଳେଇଛନ୍ତି ନିଜସ୍ୱ ସଂଗ୍ରାମ । ପ୍ରଚଣ୍ଡ ଇଚ୍ଛା ଶକ୍ତି ହିଁ କନକ ଲତାଙ୍କୁ ଆଜି ଦେଇଛି ନୂଆ ପରିଚୟ ।

ଆଉ ଜଣେ ଅପରାଜିତା ରେଣୁକା ସିଂ। ଯେ ଜୀବନସାରା ଚିନ୍ତା କରିଛନ୍ତି ଶିକ୍ଷାର ବିକାଶ ପାଇଁ । ମା ହେଲେ ପାଠୋଇ ଦେଶ ଯିବ ଆଗେଇ । ଏହାକୁ ନୀତି କରି ସେ ଆଗେଇ ଚାଲିଛନ୍ତି ନିଜ ଜୀବନ ରାସ୍ତାରେ। ସ୍କୁଲଟିଏ କରି କୁନି କୁନି ପିଲାଙ୍କୁ କରିଛନ୍ତି ଶିକ୍ଷିତ । ଏଥିପାଇଁ କରିଛନ୍ତି ଅନେକ କଷ୍ଟ । ମାନବ ସେବାକୁ କରିଛନ୍ତି ଜୀବନର ବ୍ରତ । ସଫଳ ହୋଇଛନ୍ତି । ନିଜ ଜୀବନକୁ ସମାଜ ସେବାରେ ଲଗାଇଥିବା ଦୁଇ ଅପରାଜିତା କନକ ଲତା ଓ ରେଣୁକା ସିଂ । ଆସନ୍ତୁ ଅପରାଜିତାର ଏହି ଏପିସୋଡରେ ତାଙ୍କ ନିଜ ମୁହଁରୁ ଶୁଣିବା ପ୍ରଚଣ୍ଡ ଇଚ୍ଛା ଶକ୍ତିର କାହାଣୀ ।