ନିଜେ ଚାହୁଁଥିବା ଭଳି ଜୀବନଟେ ତିଆରି କରିହେବ ନିଜ ଉଦ୍ୟମରେ : ଶୁଭଶ୍ରୀ ଓ ଗୀତାଂଜଳୀଙ୍କ ଅଭୂଲା ଜୀବନ ସଂଘର୍ଷର କାହାଣୀ

27

ରାତି ପାହି ସକାଳ ହେଲେ ଆରମ୍ଭ ହୁଏ ଜୀବନ । ଆଉ ଜୀବନ ପାଇଁ ଜୀବିକା । ଜୀବିକା ପାଇଁ ସଂଘର୍ଷ । ଏ ସଂଘର୍ଷ କେବଳ ନିର୍ଦ୍ଦିଷ୍ଟ ଦିନ ବା ବର୍ଷର ନୁହେଁ । ଏ ସଂଘର୍ଷ ସବୁବେଳେ ଆମ ସମସ୍ତଙ୍କ ସହ ଅଛି । ଯେ ଏ ସଂଘର୍ଷକୁ ସାହସ କରି ଆଗକୁ ବଢେ । ସେ ହିଁ ଅପରାଜିତା । ଏମିତି ଜଣେ ଅପରାଜିତା ହେଲେ ମିଲି ପଣ୍ଡା ଓରଫ ଶୁଭଶ୍ରୀ ପଣ୍ଡା । ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଧର୍ମପତ୍ନୀ । ସେ ଜୀବନର ଘଡିସନ୍ଧି ମୁହୂର୍ତରେ ସହିଛନ୍ତି ଅନେକ ଘାତପ୍ରତିଘାତ । ସେ ଦେଖିଛନ୍ତି ଏକ ଭିନ୍ନ ଜୀବନ । ହେଲେ କେବେ ଭାଙ୍ଗି ପଡିନାହାଁନ୍ତି । ଜୀବନ ନୈାକାକୁ ଏକ ନିଆରା ଢଙ୍ଗରେ ବାହି ନେଇଛନ୍ତି । ନିଜ ମନକୁ କରିଛନ୍ତି ଦୃଢ । ଆଉ ହୋଇଛନ୍ତି ବି ସଫଳ ।

ସେହିଭଳି ଆଉ ଜଣେ ମହିଳା ହେଲେ ଗୀତାଂଜଳୀ । ଜୁଡୋ କୋଚ୍ ତଥା ଚର୍ଚ୍ଚିତ ବୁଦ୍ଧିଆ ସିଂର କୋଚ ବିରଂଚି ଦାସଙ୍କ ଧର୍ମପତ୍ନୀ । ସେ ବି ଜୀବନ ପଥରେ ଆପଣେଇଛନ୍ତି ଅନେକ ଦୁଃଖ ଯନ୍ତ୍ରଣା । ସ୍ୱାମୀ ବିରଂଚିଙ୍କ ହତ୍ୟା ତାଙ୍କୁ ମ୍ରିୟମାଣ କରିଛି । ହେଲେ ସେ ଭାଂଗି ପଡିନାହାଁନ୍ତି । ବରଂ ସ୍ୱାମୀଙ୍କ ଯଶ ପ୍ରତିଷ୍ଠାକୁ ପାଥେୟ କରି ଚାଲିଛନ୍ତି ଆଗକୁ ଆଗକୁ । ଆଉ ହୋଇଛନ୍ତି ଜଣେ ଅପରାଜିତା । ନିଜେ ଚାହୁଁଥିବା ଭଳି ଜୀବନଟେ ତିଆରି କରିହେବ ନିଜ ଉଦ୍ୟମରେ । ଯାହା କରିଦେଖେଇଛନ୍ତି ଏହି ଦୁଇ ଅପରାଜିତା । ଆସନ୍ତୁ ଏହି ଦୁଇ ଅପରାଜିତା ଶୁଭଶ୍ରୀ ଓ ଗୀତାଂଜଳୀଙ୍କ ବିଷୟରେ ଜାଣିବା, ତାଙ୍କ ନିଜ ମୁହଁରୁ  ଅପରାଜିତାର ଏହି ଏପିସୋଡରେ ।