ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ : ଅପରାଜିତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ବିଜେଡିର ସତର୍କ ନଜର

196

କନକ ବ୍ୟୁରୋ : ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଅପରାଜିତା । ତାଙ୍କ ସ୍ୱେଛାକୃତ ଅବସରକୁ ଗ୍ରହଣ କରାଯାଇଥିବାରୁ ସେ ଖୁସି ଜାହିର କରିବା ସହ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏବଂ ଲେଖିଛନ୍ତି ସକରାତ୍ମକ, ବାସ୍ତବବାଦୀ ଓ ଉତ୍ସାହର ସହିତ ମୋର ପରବର୍ତ୍ତୀ ଯାତ୍ରା କରିବି । ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

ରାଜ୍ୟ ସରକାର ତାଙ୍କ ଭିଆରଏସକୁ ମଞ୍ଜୁରି ଦେବା ସହ କେନ୍ଦ୍ରକୁ ପଠାଇଥିଲେ । ତେବେ ଅବସର ପରେ ସେ ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଏବେ ଅପରାଜିତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।