ଏଟିଏମ୍ ଭଳି ରେଲୱେ ଷ୍ଟେସନରେ ଲାଗିବ ଏନି ଟାଇମ୍ ପିଜ୍ଜା ମେସିନ୍ : ଗ୍ରାହକଙ୍କ ସାମନାରେ ହେବ ପ୍ରସ୍ତୁତ, ୮ ମିନିଟରେ ମିଳିବ ପିଜ୍ଜା

ପଶ୍ଚିମ ରେଳବାଇ ଓ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ୍ ଟୁରିଜିମ୍ କର୍ପୋରେସନର ପଦକ୍ଷେପ

168

ଇନ୍ଦୋର ସହିତ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଅତି ଶୀଘ୍ର ଏନି ଟାଇମ୍ ପିଜ୍ଜା ମେସିନ୍ ସ୍ଥାପନ କରାଯିବ । ଏଥିରେ ଗ୍ରାହକଙ୍କୁ ୮ ମିନିଟରେ ପିଜ୍ଜା ମିଳିବ । ଏଥିରେ ଶୁଦ୍ଧତାର ମଧ୍ୟ ଗ୍ୟାରେଣ୍ଟି ରହିବ । ପେସେଂଜର ଫ୍ରେଣ୍ଡଲୀ ଷ୍ଟେସନ ନିର୍ମାଣ କରିବା ପାଇଁ ପଶ୍ଚିମ ରେଳବାଇ ଓ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଏହି ପଦକ୍ଷେପ ନେଇଛି । ମୁମ୍ବାଇରୁ ଏହା ଆରମ୍ଭ ହୋଇସାରିଛି । ପ୍ରାୟୋଗିକ ଭାବେ ଭାରତୀୟ ରେଳବାଇର ପ୍ରଥମ ମେସିନ୍ ଏଠି ଲଗାଯାଇଛି ।

ପ୍ରୟୋଗ ସଫଳ ହେବାପରେ ଏହାକୁ ରତଲାମ ମଣ୍ଡଳର ସମସ୍ତ ଷ୍ଟେସନରେ ଲଗାଯିବ । ଏମିତି ପ୍ରଥମ ଥର ହେବ, ଯେତେବେଳେ ଗ୍ରାହକଙ୍କ ସାମନାରେ ହିଁ ମେସିନ୍ ରେ ପିଜ୍ଜା ପ୍ରସ୍ତୁତ ହେବ । ଏହି ମେସିନ୍ ରେ ୩ଟି ଚ୍ୟାମ୍ବର ଅଛି । ରତଲାମ ମଣ୍ଡଳର ଡିଆରଏମ୍ ଆରଏନ୍ ଶୁନକରଙ୍କ ମୁତାବକ ଏହି ମେସିନ୍ ଭାରତୀୟ ରେଳବାଇର ପ୍ରଥମ ପିଜ୍ଜା ଭେଣ୍ଡିଙ୍ଗ ମେସିନ୍ । ପିଜ୍ଜା ପାଇଁ କ୍ୟାସ, ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ପୈଠ କରାଯାଇପାରିବ ।