ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ଲଡୁ ! ଜାଣନ୍ତୁ କେଉଁଠି ଏବଂ କେଉଁ କାରଣ ପାଇଁ ତିଆରି ହୋଇଛି ଏହି ମେସିନ ।

59

ଏଟିଏମରୁ ବାହାରୁଛି ଲଡୁ । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଗଣେଶ ଚତୁର୍ଥୀ ଅବସରରେ ସାରା ମହାରାଷ୍ଟ୍ର ଭଗବାନ ଗଜାନନଙ୍କ ଉତ୍ସବରେ ଡୁବି ରହିଛନ୍ତି । କେଉଁଠି ଭଗବାନ ଗଣେଶଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି ତ ଆଉ କେଉଁଠି ଗାଁ ମାନଙ୍କରେ ଗଣପତି ବାପାଙ୍କ ଗିତର ଧ୍ୱନି ଶୁଣିବାକୁ ମିଳୁଛି । କିନ୍ତୁ ଏଥିସବୁ ମଧ୍ୟରେ ଲୋକଙ୍କ ମଧ୍ୟରେ ଗୋଟିଏ ଜିନିଷର ଅଭାବ ରହିଯାଇଛି ଆଉ ତାହା ହେଉଛି ଗଜାନନଙ୍କ ଅତି ପ୍ରିୟ ଯାହା ସର୍ବଦା ତାଙ୍କ ପାଖରେ ଭୋଗ ଲାଗିଥାଏ ତାହା ହେଉଛି ମୋଦକ(ଲଡୁ) ।

ସାଧାରଣତଃ ସବୁ ଲୋକମାନେ ଗଣେଶଙ୍କ ପାଖରେ ମୋଦକ(ଲଡୁ) ଭୋଗ ଲଗାଇପାରନ୍ତି ନାହିଁ । ଏହାର କାରଣ ହେଉଛି ବଜାରରେ ମୋଦକର ଅଭାବ । ସାଧାରଣତଃ ସବୁ ଲୋକମାନେ ମୋଦକ ତିଆରି କରିବାରେ ସକ୍ଷମ ହୋଇପାରନ୍ତି ନାହିଁ ଯାହା ଫଳରେ ବଜାରରେ ମୋଦକ ଠିକ ପରିମାଣରେ ମିଳିପାରେ ନାହିଁ । ତେଣୁ ଏହାକୁ ନଜରରେ ରଖି ଜଣେ ଗଣେଶ ଭକ୍ତ ଏପରି ଏକ ବିକଳ୍ପ ରାସ୍ତା ବାହର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସୂଚନା ମୁତାବକ, ପୁନେର ସହାକର ନଗରରେ ବାସ କରୁଥିବା ସଞ୍ଜିବ କୁଲକନି ଏପରି ଏକ ଏଟିଏମର ଉଦ୍ଭାବନ କରିଛନ୍ତି ଯେଉଥିରୁ ମୋଦକ(ଲଡୁ) ବାହାରୁଛି । ଆଜ୍ଞା ହଁ ଏହି ମେସିନରେ ଏକ ଖାସ କାର୍ଡ ବ୍ୟବହାର କରାଯାଉଛି । ଏହି କାର୍ଡକୁ ଏହି ଏଟିଏମ ମେସିନରେ ପୁରାଇବା କ୍ଷଣି ମେସିନରୁ ମୋଦକ ବାହାରି ଆସିଥାଏ । ତେବେ ସଞ୍ଜିବ କୁଲକନିଙ୍କ କହିବା ଅନୁସାରେ ଏହି ଏଟିଏମ ମେସିନର ନାମ ହେଉଛି “ଏନି ଟାଇମ୍ ମୋଦକ୍” । ଏଥିରେ ଏକ ସ୍ପେସାଲ କାର୍ଡ ଜରିଆରେ ମୋଦକ ବାହରିଆସିଥାଏ । ଏଥିସବୁ ମଧ୍ୟରେ ଯଦି ଆପଣମାନେ କେବେ ପୁନେ ଯାଆନ୍ତି ତେବେ ଏହି ଏଟିଏମରୁ ମୋଦକ(ଲଡୁ) ବାହାର କରି ନିଶ୍ଚୟ ଖାଇବେ ଏବଂ ଭଗବାନ ଗଣେଶଙ୍କ ପାଖରେ ଭୋଗ ଲଗାଇବେ ।