ବାହୁବଲୀ ଓ ଭଲ୍ଲାଲଦେବ ମଧ୍ୟରୁ କିଏ ଅଧିକ ସେକ୍ସି ! ଦେବସେନା କହିଲେ ମନର କଥା

236

ସବୁ ରେକର୍ଡ ଭାଙ୍ଗି ସାରିଛି ସିନେମା ‘ବାହୁବଲୀ ୨’ । ସଭିଙ୍କ ମୁହଁରେ ବାହୁବଲୀ କଥା । ଏହି ସିନେମାର ତାରକାମାନେ ବହୁତ ଭଲପାଇବା ସାଉଁଟୁଛନ୍ତି । ‘ବାହୁବଲୀ ୨’ରେ ଦେବସେନା ଭୂମିକାରେ ଅଭିନୟ କରିଥିବା ଅନୁଷ୍କା ସେଟ୍ଟୀ କୋଷ୍ଟାର ପ୍ରଭାସଙ୍କୁ ନେଇ ନିଜର ମନର କଥା ଶେୟାର କରିଛନ୍ତି । ଏକ ସାକ୍ଷାତକାର ସମୟରେ ଯେତେବଳେ ଅନୁଷ୍କା ସେଟ୍ଟୀଙ୍କୁ ପଚରାଗଲା କି ପ୍ରଭାସ ଓ ରାଣା ଦାଗୁବଟି ମଧ୍ୟରୁ କିଏ ଅଧିକ ସେକ୍ସି ଲାଗନ୍ତି, ଏହି ପ୍ରଶ୍ନର ଉତ୍ତରରେ ଅନୁଷ୍କା ପ୍ରଭାସଙ୍କର ହିଁ ନାଁ ନେଇଥିଲେ ।

ପ୍ରଭାସ ଓ ଅନୁଷ୍କା ଶେଟ୍ଟୀଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ୫ ବର୍ଷ ଧରି ଚାଲିଥିବା ବାହୁବଲୀ ସିନେମାର ସୁଟିଂ କାରଣରୁ ସବୁ ତାରକା ମଧ୍ୟରେ ଆପୋଷରେ ବହୁତ ଦୃଢ ସମ୍ପର୍କ ତିଆରି ହୋଇଛି । କେବ ଏତିକି ନୁହଁ ଅନୁଷ୍କା ସେଟ୍ଟୀ ରାଣା ଦଗୁବଟୀଙ୍କୁ ନିଜର ଭାଇ ବନାଇଛନ୍ତି । ଅନୁଷ୍କାଙ୍କ କହିବା ଅନୁସାରେ ସେମାନେ ଉଭୟେ ଉଭୟଙ୍କୁ ବ୍ରୋ ଡାକନ୍ତି ।