ଅନୁଷ୍କା ଶର୍ମା ବନାମ୍ ଅନୁଷ୍କା ସେଟ୍ଟୀ ! ଆସନ୍ତା ବର୍ଷ ଆରମ୍ଭରେ ବଡ଼ ପରଦାରେ ‘ପରୀ’ ଓ ‘ଭାଗମତୀ’ ମଧ୍ୟରେ ହେବ ଟକ୍କର

36

ଅନୁଷ୍କା ଶର୍ମା ବନାମ୍ ଅନୁଷ୍କା ସେଟ୍ଟୀ । ଆସନ୍ତା ବର୍ଷ ଆରମ୍ଭରେ ଅନୁଷ୍କା ଶର୍ମା ଓ ଅନୁଷ୍ମା ସେଟ୍ଟୀଙ୍କ ସିନେମା ମଧ୍ୟରେ ଟକ୍କର ହେବ । ଖବର ଅନୁସାରେ ଅନୁଷ୍କା ଶର୍ମାଙ୍କ ସିନେମା ‘ପରୀ’ ଓ ଅନୁଷ୍କା ସେଟ୍ଟୀଙ୍କ ‘ଭାଗମତୀ’ ଆସନ୍ତା ବର୍ଷ ୯ ଫେବୃୟାରୀରେ ରିଲିଜ ହେବ । ତେବେ ଏହାର କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ । ପରେ ସିନେମାର ସିଡ଼୍ୟୁଲ ମଧ୍ୟ ବଦଳିପାରେ ।

ଅନୁଷ୍କା ଶର୍ମା ସିନେମା ‘ଫିଲ୍ଲୌରୀ’ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ବହୁତ ଦିନ ହେଲା ଅନୁଷ୍କାଙ୍କ ସିନେମା ସଫଳ ହୋଇପାରି ନାହିଁ । ଅନୁଷ୍କା ସିନେମା ନେଇ କହିଥିଲେ ‘ପରୀ’ର କାହାଣୀ ବହୁତ ଉଚ୍ଚକୋଟୀର । ମୋତେ ଏଠାରେ ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣ ଉପରେ ପୁରା ଭରସା ରହିଛି ।

ସୂଚନାଯୋଗ୍ୟ ସିନେ ନିର୍ମାତା ପ୍ରଥମେ ‘ଭାଗମତୀ’ ସିନେମାକୁ ପୋଙ୍ଗଲ ଅବସରରେ ରିଲିଜ କରିବା ପାଇଁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ପାଖାପାଖି ୫ ସିନେମା ରିଲିଜ ହେବାକୁ ଯାଉଛି । ଏଥିପାଇଁ ନିର୍ମାତା ସିନେମାକୁ ଫେବୃୟାରୀରେ ରିଲିଜ କରିବା ପାଇଁ ମନସ୍ଥ କରିଛନ୍ତି । ସୂତ୍ର ଅନୁସାରେ ‘ଭାଗମତୀ’ର ରିଲିଜ ତାରିଖ ଏବେ ପର୍ଯ୍ୟନ୍ତ ଠିକ ହୋଇନାହିଁ । ସିନେନିର୍ମାତା ଏହାକୁ ଡିସେମ୍ବରରେ ରିଲିଜ କରିବେ କି ଫେବୃୟାରୀରେ ରିଲିଜ କରିବେ ସେ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଭାଗମତୀ ଜରିଆରେ ଅନୁଷ୍କା ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ଏହା ପୂର୍ବରୁ ତାଙ୍କ ସିନେମା ‘ବାହୁବଲୀ-୨’କୁ ବହୁତ ସଫଳତା ମିଳିଛି । ଭାଗମତୀ ଏକ ହରର କାହାଣୀ ଅଟେ । ସିନେମାର ପ୍ରଥମ ଲୁକ ସାମ୍ନାକୁ ଆସି ସାରିଛି ।