ରିଲିଜ୍ ହେଲା ଅନୁଷ୍କା ଓ ଶାହରୁଖଙ୍କ ‘ଜବ୍ ହାରି ମେଟ୍ ସେଜଲ୍’ର ୫ମ ମିନି ଟ୍ରେଲର

50

ଏମିତି ଲାଗୁଛି କି ଅନୁଷ୍କା ଓ ଶାହରୁଖଙ୍କ ନୂଆ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ’ ସିନେ ପ୍ରେମୀଙ୍କ ହୃଦୟରେ ଯାଗା ବନେଇଦେଲାଣି । ପୂରା ଟ୍ରେଲର ପୂର୍ବରୁ ଗୋଟିଏ ପରେ ଗୋଟିଏ ଏହାର ମିନି ଟ୍ରେଲର ରିଲିଜ ହେବାରେ ଲାଗିଛି । ଆଉ ଏହା ପ୍ରଶଂସକଙ୍କୁ ଖୁବ୍ ଆକୃଷ୍ଟ କରୁଛି । ଏହି ମିନି ଟ୍ରେଲର ଗୁଡିକରେ ଅନୁଷ୍କା ଓ ଶାହାରୁଖ ନିଜର ଚରିତ୍ର ହାରି ଓ ସେଜଲ୍ ଦ୍ୱାରା ଦର୍ଶକଙ୍କୁ ଏକ୍ସକ୍ଲୁସିଭ୍ ଝଲକ ଦେଖାଉଛନ୍ତି ।

ଏବେ ପୁଣି ରିଲିଜ ହୋଇଛି ଏହି ଫିଲ୍ମର ୫ମ ମିନି ଟ୍ରେଲର ‘ରିଙ୍ଗ୍ କହାଁ ହେ ?’ ଏହି ମିନି ଟ୍ରେଲରରେ ଅନୁଷ୍କା ଶର୍ମା ନିଜର ଏନଗେଜମେଣ୍ଟ ରିଙ୍ଗ୍ ଖୋଜିବାରେ ନଜର ଆସୁଛନ୍ତି । ଟ୍ରେଲରରେ ଅନୁଷ୍କା କହୁଛନ୍ତି , ତାଙ୍କ ବର ଏନଗେଜମେଣ୍ଟରେ ଯେଉଁ ରିଙ୍ଗ୍ ପିନ୍ଧାଇଥିଲେ , ଏହି ଟ୍ରିପ୍ ସମୟରେ ତାହା ହଜି ଯାଇଛି ଏବଂ ପୁଣି ଶାହରୁଖ ଓ ଅନୁଷ୍କା ଉଭୟ ଏହି ରିଙ୍ଗ୍ କୁ ଖୋଜିବାରେ ବାହାରିଛନ୍ତି ।

ଏହି ଟ୍ରେଲର ଦୃଶ୍ୟରେ କିଛି କଥାକୁ ନେଇ ଦୁହିଁଙ୍କ ଭିତରେ ମତଭେଦ ବି ହେବାର ଦେଖାଯାଇଛି । ଶାହରୁଖଙ୍କ ପଂଜାବୀ ଅନ୍ଦାଜ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ ସହ ଅନୁଷ୍କାଙ୍କ ଗୁଜୁରାତି ଅନ୍ଦାଜ ଆପଣଙ୍କ ହୃଦୟ ଜିତି ନେବ । ଇମତିୟାଜ ଅଲୀଙ୍କ ଏହି ଫିଲ୍ମ ଏହି ବର୍ଷ ୪ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।
ଦେଖନ୍ତୁ ଏହି ମିନି ଟ୍ରେଲର –