ଅନୁଷ୍କାଙ୍କ ସଦୃଶ ଦେଖାଯାଉଥିବା ମହିଳାଙ୍କ ଫଟୋ ହେଲା ଭାଇରାଲ, ବିରାଟ କୋହଲିଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ

187

ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ କୋହଲି ଓ ତାଙ୍କ ବଲିଉଡ୍ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଆମେରିକୀୟ ସିଙ୍ଗର ଜୁଲିୟା ମାଇକଲଙ୍କ ଫଟୋ ଟ୍ରେଣ୍ଡ କରୁଛି । ଯାହା ଦେଖିବାକୁ ସଂପୂର୍ଣ୍ଣ ଅନୁଷ୍କାଙ୍କ ଭଳି ଲାଗୁଛି । ଜୁଲିୟା ଓ ଅନୁଷ୍କାଙ୍କ ଫଟୋ ମିଶୁଥିବା ଦେଖି ସୋସିଆଲ ସାଇଟ୍ସରେ କ୍ରିକେଟ୍ ଫ୍ୟାନ୍ସଙ୍କ କମେଣ୍ଟର ବନ୍ୟା ଆସିଯାଇଛି । ଜଣେ ଫ୍ୟାନ୍ ଲେଖିଛନ୍ତି କି- ଯଦି ଅନୁଷ୍କା ସଲମାନ ଖାନଙ୍କୁ ଭଲ ପାଇ ତାଙ୍କୁ ଧୋକା ଦେଇ ବିରାଟଙ୍କୁ ବିବାହ କରିଥିଲେ, ବୋଧହୁଏ ସଲମାନ ଖାନ୍ ଜୁଲିୟାକୁ ନେଇ କୌଣସି ଫିଲ୍ମ ନିର୍ମାଣ କରିଦେଇଥାନ୍ତେ । ଯାହା ବି ହେଉ ଫ୍ୟାନ୍ସ ଲଗାତାର ଅନୁଷ୍କା ଓ ବିରାଟଙ୍କୁ ଏହି ଫଟୋ ଟ୍ୟାଗ କରି ମଜା ନେଉଛନ୍ତି ।

ଦେଖନ୍ତୁ ଜୁଲିୟାଙ୍କ ଫଟୋ ଯାହା ଚର୍ଚ୍ଚା ଆରମ୍ଭ କରିଛି :- 

ଜୁଲିୟାଙ୍କ ପୁରା ମୁହଁ ଅନୁଷ୍କା ସହିତ ମିଶୁନଥିଲେ ବି ଅନେକ ଫଟୋରେ ଅନୁଷ୍କାଙ୍କ ଭଳି ଦେଖାଯାଉଛି । ଫ୍ୟାନ୍ସ ତାଙ୍କ ଫଟୋ ଦେଖି ଦ୍ୱନ୍ଦ୍ୱରେ ଅଛନ୍ତି । କେତେକ ଫଟୋରେ ସେ ଅନୁଷ୍କାଙ୍କ ବିଲକୁଲ କପି ନଜର ଆସୁଛନ୍ତି । ତ କିଛିରେ ତାଙ୍କ ଚେହେରା ବଦଳିଲା ପରି ଲାଗୁଛି । ଦେଖିକି ଆପଣ ମଧ୍ୟ ଅନୁମାନ ଲଗାନ୍ତୁ –