ଦୀଲଜିତଙ୍କ ପ୍ରେମରେ ଅନୁଷ୍କା ! ଆସୁଛି ମସ୍ତି ଓ ରୋମାନ୍ସରେ ଭରପୁର ସିନେମା ‘ଫିଲ୍ଲୋରୀ’

23

ଅଭିନେତା ଦୀଲଜିତ୍ ଦୋସାଂଝଙ୍କ ସହ ରୋମାନ୍ସ କରିବେ ଅନୁଷ୍କା ଶର୍ମା । କାରଣ ଆସୁଛି ମସ୍ତି ଓ ରୋମାନ୍ସରେ ଭରପୁର ଅନୁଷ୍କାଙ୍କ ଆଗାମୀ ଫିଲ୍ମ ‘ଫିଲ୍ଲୋରୀ’ । ପ୍ରଥମ ଥର ପାଇଁ ରୂପେଲି ପରଦାରେ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ ।

ପଂଜାବର ଫିଲ୍ଲୋର ପୃଷ୍ଠଭୂମୀ ଉପରେ ଅଧାରିତ ଏହି ଫିଲ୍ମଟି । ତେଣୁ ଫିଲ୍ମର ଅଧିକାଂଶ ଭାଗ ପଂଜାବରେ ସୁଟିଂ କରାଯାଇଛି । ଅନୁଷ୍କାଙ୍କ ହୋମ୍ ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ ୨୪ରେ ରିଲିଜ୍ ହେବ । ଏନେଇ ଅନୁଷ୍କା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଫିଲ୍ମରେ ଅନ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ସୂରଜ ଶର୍ମା, ଓ ମହରୀନ୍ ପୀରଜାଦା ।