ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ଅନୁଷ୍କା ଶର୍ମା-ବରୁଣ ଧାୱନଙ୍କ ଯୋଡ଼ି ! ଟ୍ୱିଟ କରି ଜଣାଇଲେ ସିନେମାର ନାମ

50

ବଲିଉଡ଼ରେ ନୂଆ ଯୋଡ଼ିଙ୍କର ସମୟ ଚାଲୁଛି । ଏମିତିରେ ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ପରଦାରେ ନଜର ଆସିବ । ୟସ ରାଜ ବ୍ୟାନରର ଆଗାମୀ ସିନେମା ରେ ଏହି ଦୁଇ ଜଣ ନଜର ଆସିବେ । ଏହାର ସୁଚନା ନିଜେ ଅନୁଷ୍କା ଶର୍ମା ଓ ବରୁଣ ଧାୱନ ଟ୍ୱିଟ କରି ଜଣାଇଛନ୍ତି । ଏହି ସିନେମାର ନାମ ରହିଛି ‘ସୁଇ ଧାଗା ମେଡ଼ ଇନ ଇଣ୍ଡିଆ’ । ଲେଖକ ଶରତ କଙ୍କାରିଆ ଏହି ସିନେମାର କାହାଣୀ ଲେଖୁଛନ୍ତି । ଏହା ସିନେମାର ନର୍ମାତା ହେଲେ ମନୀଷ ଶର୍ମା ।

ବରୁଣ ଧାୱନ ଏନେ ତାଙ୍କର ଆଗାମୀ ସିନେମା ‘ଜୁଡ଼ୱା ୨’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ ନଜର ଆସିବେ । ବରୁଣ ଧାୱନଙ୍କ ଏହି ସିନେମା ସଲମାନ ଖାନଙ୍କ ସିନେମାର ରିମେକ୍ । ଏହାସହ ଅନୁଷ୍କା ଶର୍ମା ତାଙ୍କ ଆଗମାୀ ସିନେମା ‘ଜବ ହ୍ୟାରି ମେଟ୍ ସେଜଲ’ର ପ୍ର୍ରମୋଶନରେ ବ୍ୟସ୍ତ ଅଛନ୍ତି ।

                                                          ସୌଜନ୍ୟ- ଆଜତକ୍