ଠାକୁରଙ୍କ ଆଶୀର୍ବାଦ

32

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବାରବାଟୀକୁ ମିଳିବ ଟେଷ୍ଟ ମ୍ୟାଚ୍ ମାନ୍ୟତା । ଖୁବଶୀଘ୍ର ବାରବାଟୀରେ ଖେଳାଯିବ ଟେଷ୍ଟ ମ୍ୟାଚ୍ । ଅନୁରାଗ ଠାକୁର ବିସିସିଆଇ ଅଧ୍ୟକ୍ଷ ହେବା ପରେ ଓସିଏର ଭାଗ୍ୟ ବଦଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା କ୍ରିକେଟ ଆସୋସିଏସନକୁ ଖୁବ୍ ଶୀଘ୍ର ଟେଷ୍ଟ ମ୍ୟାଚ ମାନ୍ୟତା ମିଳିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । ଆସନ୍ତା ୨ରୁ ୩ ମାସ ଭିତରେ ବାରବାଟକୁ ଏହି ମାନ୍ୟତା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ବାରବାଟିରେ ବୋତଲ ଫିଙ୍ଗା ଘଟଣାରେ ଓସିଏର ଉତରରେ ସନ୍ତୋଷ ପ୍ରକାଶ କରିଛି ବିସିସିଆଇ । ବିସିସିଆଇ ଓସିଏକୁ କିଛି ପରାମର୍ଶ ଦେଇଛି । ଯାହାକୁ ଆଗାମୀ ମ୍ୟାଚ ଗୁଡିକରେ ପାଳନ କରାଯିବ ବୋଲି କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା ।