ସହଯୋଗର ହାତ ବଢ଼ାଇଲେ ସରକାର : ଅନୁପମାଙ୍କୁ ମିଳିବ ଷ୍ଟଡି ଲୋନ୍

19

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସହଯୋଗର ହାତ ବଢ଼ାଇଲେ ସରକାର । ମେଧାବୀ ଛାତ୍ରୀ ଅନୁପମାଙ୍କୁ ମିଳିବ ଷ୍ଟଡି ଲୋନ୍ । ମହକାଶ ବିଜ୍ଞାନି ହେବାର ଲକ୍ଷ୍ୟ ରଖିଥିବା ଅନୁପମା କରଙ୍କୁ ୫ ଦିନ ଭିତରେ ଲୋନ୍ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ଦଶମ ଓ ଦ୍ୱାଦଶରେ ୯୦ ପ୍ରତିଶତ ରଖିଥିବା ଅନୁପମାଙ୍କୁ ଆମେରିକାର ସେଂଟ୍ରାଲ ଓକାଲାହୋମାରୁ ଏରୋସ୍ପେସ ଇଂଜିନିୟରିଂ ପଢ଼ିବା ପାଇଁ ମିଳିଛି ବୃତି । ହେଲେ ପାଠପଢ଼ିବା ପାଇଁ ଅର୍ଥ ବାଧକ ହେବାରୁ ଷ୍ଟଡି ଲୋନ୍ ପାଇଁ ଆବେଦନ କରିଥିଲେ । ଗୁଜୁରାଟରେ ପାଠ ପଢୁଥିବା ଅନୁପମାଙ୍କୁ ଉଭୟ ଓଡ଼ିଶା ଓ ଗୁୁଜୁରାଟରୁ ଲୋନ୍ ମିଳିନଥିଲା । ଫଳରେ ବାଧ୍ୟହୋଇ ଶେଷରେ ରାଜ୍ୟପାଳ ଭବନ ଆଗରେ ଧାରଣା ଦେଇଥିଲେ । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହେବା ପରେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ସରକାର ।