କଂଗ୍ରେସର ରହସ୍ୟ ଖୋଲିବ ମନମୋହନଙ୍କ ବାୟୋପିକ୍ ! ଆସୁଛି ସିନେମା ‘ଆକ୍ସିଡେଣ୍ଟାଲ୍ ପିଏମ୍’

26

ଅନୁପମ୍ ଖେର୍ ହେବେ ପ୍ରଧାନମନ୍ତ୍ରୀ । ତେବେ ରିୟଲରେ ନୁହେଁ ରିଲରେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ତିଆରି ହେଉଥିବା ସିନେମା ‘ଆକ୍ସିଡେଣ୍ଟାଲ୍ ପିଏମ୍’ ରେ ମନମୋହନ୍ ସିଂହଙ୍କ ଭୂମିକାରେ ନଜର ଆସିବେ ଅନୁପମ୍ । ସଂଜୟ ବାରୁଙ୍କ ଲିଖିତ ବହି ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଉପରେ ଆଧାରିତ ଏହି ସିନେମା । ସଞ୍ଜୟ ବାରୁ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ଥିଲେ । ସେ ନିଜ ବହିରେ ଦାବି କରିଛନ୍ତି ଯେ ମନମୋହନ ସିଂହଙ୍କ କାର୍ଯ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାରମ୍ବାର ହସ୍ତକ୍ଷେପ କରୁଥିଲେ ।

ତେବେ ସିନେମାର ବାକି ଚରିତ୍ରରେ କିଏ ଅଭିନୟ କରିବେ ଏଯାଏ ସ୍ଥିର ହୋଇନାହିିଁ । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ବିଜୟ ରତ୍ନାକର ଗୁଟ୍ଟେ । ତେବେ ଏହି ସିନେମା ଜରିଆରେ କଂଗ୍ରେସର ଅନେକ ରହସ୍ୟ ଖୋଲିପାରେ । କାରଣ ସିନେମାର ଫାଷ୍ଟ୍ ଲୁକ ଏହା ବୟାନ୍ କରୁଛି । ଯେଉଁଥିରେ ମନମୋହନଙ୍କ ସହ ସ୍ଥାନ ପାଇଁଛନ୍ତି ଜଣେ ମହିଳା । ଯଦିଓ ମହିଳାଙ୍କ ମୁହଁ ସ୍ପଷ୍ଟ ଜଣା ପଡୁ ନାହଁ ତେବେ ମହିଳା ଜଣକ ଯେ କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେଥିରେ କୌଣସି ଦ୍ୱିମତ ନାହିିଁ । ତେବେ ସିନେମାଟି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରିଲିଜ୍ ହେବାର ସୂଚନା ମିଳିଛି ।