ମନମୋହନ ସିଂହଙ୍କ ଉପରେ ଆସୁଛି ଫିଲ୍ମ ! ଜାଣନ୍ତୁ ଲିଡ ରୋଲରେ କିଏ ?

108

ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଏକ୍ସିଡେନ୍ଟାଲ ପ୍ରାଇମ ମିନିଷ୍ଟର’ ରେ ଭେଟେରାନ ଆକ୍ଟର ଅନୁପମ ଖେରଙ୍କର ପ୍ରଥମ ଲୁକ ସାମ୍ନାକୁ ଆସିସାରିଛି । ପୋଷ୍ଟରରେ ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହଙ୍କ ପରି ଦେଖା ଯାଉଛନ୍ତି । ଅନୁପମ ଖେର ଏଥିରେ କୂର୍ତ୍ତା ପାଇଜାମା ସହ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି । ହାଲକା ନୀଳ ରଙ୍ଗର ପଗଡି ପିନ୍ଧିଥିବା ବେଳେ ହାତ ଜୋଡି ଠିଆ ହୋଇଥିବା ପୋଷ୍ଟରରେ ଦେଖିବାକୁ ମିଳିଛି ।

ଏହି ଫିଲ୍ମର ସୁଟିଂ ଲଣ୍ଡନ ଠାରେ ଆରମ୍ଭ ହୋଇସାରିଛି । ଫିଲ୍ମରେ ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ଅର୍ଥାତ ଚଳିତ ବର୍ଷ ଡିସେମ୍ବର ୨୧ ତାରିଖରେ ରିଲିଜ ହୋଇପାରେ ।

ଏହି ପୋଷ୍ଟର ଆସିବା ପୂର୍ବରୁ ଫିଲ୍ମର ପ୍ରଥମ ଲୁକ ଆସିଥିଲା ଯେଉଁଥିରେ ଅନୁପମ ଖେର ମନମୋହନ ସିଂହଙ୍କ ପରି ଦୃଶ୍ୟମାନ ହେଉଥିଲେ ଏବଂ ତାଙ୍କ ପଛରେ ଜଣେ ମହିଳାଙ୍କ ଆକୃତି ଥିଲା । ଯାହା ବାବଦରେ ଅନୁମାନ ଲଗା ଯାଉଥିଲା ଯେ, ଆକୃତିଟି ସୋନିଆ ଗାନ୍ଧିଙ୍କର ଅଟେ ।

ଫିଲ୍ମଟିର ସ୍କ୍ରିପ୍ଟ, ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହଂସଲ ମେହତା ଲେଖିଛନ୍ତି । ଅନୁପମ ଖେର ମନମୋହନ ସିଂହଙ୍କର ଚରିତ୍ରରେ ଅଭିନୟ କରୁଥିବା ବେଳେ ଅନ୍ୟ ଚରିତ୍ରରେ କେଉଁମାନେ ଅଭିନୟ କରୁଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ ।

 

anupam-kher-the-accidental-prime-minister-first-look

ଏହି ଫିଲ୍ମଟି ସଞ୍ଜୟ ବାରୁଙ୍କ ଦ୍ୱାରା ଲେଖା ହୋଇଥିବା ୨୦୧୪ ସଂସ୍ମରଣ ଉପରେ ଆଧାରିତ । ମନମୋହନ ସିଂହ ଜଣେ ଅର୍ଥଶାସ୍ତ୍ରୀ ଏବଂ ରାଜନେତା ରୂପରେ ନିଜ ସେବା କରିସାରିଛନ୍ତି । ଏବଂ ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।