ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ ! ଜାଣନ୍ତୁ କଣ ରହିଛି ତାଙ୍କ ପାଇଁ ଚ୍ୟାଲେଞ୍ଜ

35

କନକ ବ୍ୟୁରୋ : ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅନୁପ ସାହୁ । ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ଓ ଭିଭିଆଇପିଙ୍କ ସୁରକ୍ଷା ବଡ ଚ୍ୟାଲେଂଜ । ସାଇବର ଅପରାଧ ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ନବ ନିଯୁକ୍ତ ଡିସିପି । ସେପଟେ ସତ୍ୟବ୍ରତ ଭୋଇ ପଦୋନ୍ନତି ପାଇ ପଶ୍ଚିମାଂଚଳ ଡିଆଇଜି ଭାବେ ସମ୍ବଲପୁରରେ ଅବସ୍ଥାପିତ ହେବେ ।

ସୂଚନାଯୋଗ୍ୟ ସେ ଭୁବନେଶ୍ୱରର ଡିସିପି ଥିବା ଆଇପିଏସ ଅଫିସର ସତ୍ୟବ୍ରତ ଭୋଇଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହେବା ପରେ ଭଦ୍ରକ ଏସପି ଅନୁପ କୁମାର ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ସରକାର ନିଯୁକ୍ତି ଦେଇଥିଲେ। ତେବେ ଗତବର୍ଷ ଭଦ୍ରକରେ ଶ୍ରୀରାମନବମୀ ଅବସରରେ ଦଙ୍ଗା ହୋଇଥିଲା ଓ ସେହି ଦଙ୍ଗାକୁ ଶ୍ରୀ ସାହୁ ଏସପି ଭାବେ ତୁରନ୍ତ ଦାୟିତ୍ୱ ନେଇ ପ୍ରଶମିତ କରିଥିଲେ। ତେଣୁ ଏଥର ଶ୍ରୀ ସାହୁଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଚଳିତ ବର୍ଷ ଶ୍ରୀରାମନବମୀ ଶୋଭାଯାତ୍ରା ସରିବା ପରେ ଓ ସମଗ୍ର ଭଦ୍ରକ ସହରରୁ ୧୪୪ ଧାରା ଉଠିଯିବା ପରେ ଆଜି ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।