ଫିଲ୍ମ ଷ୍ଟାଇଲରେ ଲୁଟ୍ ! ଅନୁଗୁଳ ହରିମୌରି ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସୁନା ଗହଣା ଲୁଟି ନେଲେ ଦୁର୍ବୃ୍ତ ।

31

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ଅନୁଗୁଳରେ ବ୍ୟାଙ୍କ ଲୁଟ୍ । ଅନୁଗୁଳ ହରିମୌରି ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଖୋଲୁ ଖୋଲୁ ଫିଲ୍ମ ଷ୍ଟାଇଲରେ ବନ୍ଧୁକ ମୁନରେ ଲୁଟ୍ କରିଛନ୍ତି ଲୁଟେରା । ସକାଳ ସାଢ଼େ ୧୦ଟାରେ ବ୍ୟାଙ୍କ ଖୋଲି ଶାଖା ପରିଚାଳକ , କର୍ମଚାରୀ ଓ କିଛି ଗ୍ରାହକ ବ୍ୟାଙ୍କରେ ପ୍ରବେଶ କରିବା ମାତ୍ରେ ୪ଜଣ ଲୁଟେରା ଭିତରକୁ ପଶିଥିଲେ । ତାପରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ମ୍ୟାନେଜରଙ୍କୁ ମାଡମାରି ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଗହଣା । ମାତ୍ର ୧୫ ମିନିଟ୍ ଭିତରେ ବ୍ୟାଙ୍କରେ କଳାକନା ବୁଲାଇ ଚମ୍ପଟ ମାରିଥିଲେ ଡକାୟତ ।

ଏପରିକି ସମସ୍ତଙ୍କ ମୋବାଇଲ ମଧ୍ୟ ଛଡାଇନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ଛାନଭିନ୍ କରିବା ସହ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକୁ ସିଲ୍ କରିଛି । ଏପ୍ରିଲ୍ ୭ ତାରିଖରେ ଅନୁଗୁଳ ବଜାର ଛକରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ସମାନ ଢ଼ଙ୍ଗରେ ୩୩ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏପର୍ଯ୍ୟନ୍ତ ସେହି ଘଟଣାରେ ପୋଲିସ ଟିକିଏ ବି ସୁରାଗ ପାଇନି । ଏଭଳି ସ୍ଥିତିରେ ଆଜର ଏହି ଲୁଟ୍ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।