ଅନୁଗୁଳ ଜିଲ୍ଲାରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେବା ଘଟଣା : ଟ୍ୱିଟ୍ କରି ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

31

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ କଙ୍ଗାରୁ କୋର୍ଟରେ ଦିଆଯାଇଥିବା ଦଣ୍ଡକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ୍ କରି କହିଛନ୍ତି, ମହିଳା ୱାର୍ଡ ମେମ୍ବର ଗାଁର ତଥାକଥିତ ମୁଖିଆମାନଙ୍କ ଇଛା ମୁତାବକ ନାଏବ ସରପଂଚଙ୍କୁ ଭୋଟ ନେଦବାରୁ ଏଭଳି ଅପମାନଜନକ ଦଣ୍ଡ ଭୋଗିଛନ୍ତି ଯାହା ଅମାନୁଷିକ ଘଟଣା ।

୫୦ ହଜାର ଟଙ୍କା ଜରିମାନା ଦେବାକୁ ଅସମର୍ଥ ହେବାରୁ ଗାଁ ଦାଣ୍ଡରେ ଘଂଟ ବାଡେଇ କ୍ଷମା ମାଗିବାକୁ କଙ୍ଗାରୁ କୋର୍ଟରେ ବାଧ୍ୟ କରାଗଲ। । ଏ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବି ଜଣେ ହେଲେ ଦୋଷୀଙ୍କୁ ଗିରଫ କରାଯାଇନାହିଁ । ଯାହା ଦୁଃଖଦାୟକ ଘଟଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଖନ୍ତୁ ଏହି ଭିଡ଼ିଓ –