ଅନୁଗୁଳ : ପାଠ ଛାଡି ଶିକ୍ଷୟିତ୍ରୀଙ୍କ ସ୍କୁଟି ଧୋଉଛନ୍ତି ଛାତ୍ର ଛାତ୍ରୀ !

30

କନକ ବ୍ୟୁରୋ : ପାଠ ପଢା ଶିକ୍ଷୟିତ୍ରୀଙ୍କ ସ୍କୁଟି ଧୋଉଛନ୍ତି ଛାତ୍ର ଛାତ୍ରୀ । ତାହା ପୁଣି ସ୍କୁଲ୍ କ୍ୟାମ୍ପସ୍ ଭିତରେ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଅମାନ୍ତପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ, ସ୍କୁଲର ଶିକ୍ଷୟିତ୍ରୀ ସଯୁକ୍ତା ମାଝୀଙ୍କର ସ୍କୁଟି କାଦୁଅ ହୋଇଯାଇଥିବାରୁ ସେ ପିଲା ମାନଙ୍କୁ ଧୋଇବାକୁ କହିଥିଲେ । ତେବେ ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ କହିଥିଲେ ପିଲାମାନେ ଗୁରୁ ଦକ୍ଷିଣା ଦେବା ଉଚିତ୍ । ତେଣୁ ପିଲାମାନଙ୍କୁ ଗାଡି ଧୋଇବାକୁ କହିଥିଲି । ଏହା ସହ ମଧ୍ୟ କହିଛନ୍ତି ଯେହେତୁ କ୍ଲାସ୍ ଆରମ୍ଭ ହୋଇନି ତେଣୁ ଏପରି କରିବାରେ କିଛି ଅସୁବିଧା ନାହିଁ । ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ସ୍ଥାନୀୟ ଅଂଚଳ ଏବଂ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।