ପ୍ରଦୂଷଣ ବଳୟରେ ଅନୁଗୁଳ ଜିଲ୍ଳା : ଗଢି ଉଠିଥିବା ଛୋଟ ବଡ କଳକାରଖାନା ଯୋଗୁଁ ଯୁଆଡେ ଦେଖିବ ଧୂଆଁ ଧୂଆଁ

38

କନକ ବ୍ୟୁରୋ : ପ୍ରଦୂଷଣ କବଜାରେ ଅନୁଗୁଳ ଜିଲ୍ଲା  । ଅନୁଗୁଳର ପାରିପାର୍ଶ୍ୱରେ ରହିଛି ଛୋଟ ବଡ କଳା କାରଖାନା ସହ ଏନଟିପିସି, ଜେଏସପିଏଲ ନାଲାକୋ ଭଳି କାରଖାନା । ଏଥିରୁ ବାହାରୁଥିବା ଧୂଆଁ ଯୋଗୁଁ ଅନୁଗୁଳ,ତାଳଚେର ଓ ନାଲାକୋ ସହରବାସୀ ଅତିଷ୍ଠ ହୋଇପଡିଲେଣି । ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ନିଶ୍ୱାସ ନେବା କଷ୍ଟକର ହୋଇପଡିଲାଣି । ପ୍ରଦୂଷଣ ଧୂଆଁରେ ରୁନ୍ଧି ହେଇଗଲେଣି ଅଂଚଳବାସୀ । କିନ୍ତୁ ପ୍ରଦୂଷଣ ରୋକିବା ଦିଗରେ କିଛି ଠୋସ ପଦକ୍ଷେପ ନିଆଯାଉନି ।

ପ୍ରଦୂଷଣ ବିଭାଗ ଭାଷାରେ ପିଏମ ୧୦ ଅନୁଗୁଳରେ ବେଶି ପରିମାଣରେ ରହିଛି । ଗତ ୨୦୧୬ର ଯାହାର ପରିମାଣ ଥିଲା ୬୦ ମାଇକ୍ରୋ ଗ୍ରାମ /ମିଟର । ଏବେ ତାହା ୯୦କୁ ଛୁଇଁଲାଣି । ସେପଟେ ଜିଲ୍ଲାପାଳ କହିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଭିନ୍ନ କଳକାରଖାନା ବାହାରେ ପ୍ରଦୂଷଣ ମାପିବା ପାଇଁ ପାରାମିଟର ଯନ୍ତ୍ର ଖଂଜା ଯାଇଛି । ଯେଉର୍ ସଂସ୍ଥା ଏହାର ଖିଲାପ କରିବ ତାଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ।

ଯଦି ଅନୁଗୁଳକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ନନିଆଯାଏ , ତେବେ ଏଠାରେ ଦିଲ୍ଲୀ ଭଳି ଯେ ପରିସ୍ଥିତି ଉପୁଜିବ ଏଥିରେ ସନ୍ଦେହ ନାହିଁ ।